ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ୨ ଆତଙ୍କବାଦୀ

0

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ ପୁଣି ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ କୁଖ୍ୟାତ ଆତଙ୍କବାଦୀ । ସୋମବାର ସକାଳେ ଅନ୍ତନାଗରେ ବଡ ଧରରଣ ଏନକାଉଣ୍ଟର ହୋଇଛି । ଘଟଣାରେ ହିଜବୁଲ ମୁଜାହିଦ୍ଦିନର ୨ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ନିହତ କରିଛି ଜମ୍ମୁକଶ୍ମୀର ପୁଲିସ ଓ ସେନାର ମିଳିତ ଟିମ। ବିଶେଷ କରି ଦକ୍ଷିଣ କଶ୍ମୀରରେ ହିଜବୁଲ, ଜୈଶ ଏ ମହମ୍ମଦର ଆତଙ୍କୀ ସଂଗଠନ ବେଶ ସକ୍ରିୟ ରହିଛି।

ଅନ୍ୟପଟେ ଏମାନଙ୍କୁ ନିପାତ କରିବା ପାଇଁ ସେନା ମଧ୍ୟ ନିଜର ଅପରେସନକୁ ଜୋରଦାର ଜାରି ରଖିଛି । ପୂର୍ବରୁ ଅକ୍ଟୋବର ୫ ତାରିଖରେ ଜମ୍ମୁ ଓ କଶ୍ମୀରର ଶୋପିଆଁରେ ୨ଟି ପୃଥକ୍‌ ଏନ୍‌କାଉଣ୍ଟର୍‌ରେ ୪ଜଣ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ଗତକାଲି ମଧ୍ୟ ୨ ଜଣ ଆତଙ୍କୀ ନିହତ ହୋଇଥିଲେ। ଏବେ ସୁଦ୍ଧା ମୋଟ ୨୦ଜଣ ଆତଙ୍କବାଦୀଙ୍କୁ ନିହତ କରାଯାଇଛି। ।

Leave A Reply

Your email address will not be published.