ପ୍ରମୁଖ ଖବର

ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଦେଶ ଫେରିଲେ ପ୍ରଧାନମନ୍ତ୍ରୀ
୪୧ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ
ପୀତବାସ ପଣ୍ଡା ହତ୍ୟା ମାମଲା: ‘ମୋତେ ଫସାଇ ଦିଆଯାଇଛି’,ବିକ୍ରମ ପଣ୍ଡା
୧୦ ଫୁଟ୍‌ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି: ୧୧୪ଟି ରାଫେଲ କିଣିବାକୁ ପ୍ରସ୍ତୁତ ଭାରତ

ଭିଜିଲାନ୍ସ ଜାଲରେ କିରାଣୀ

0

କେନ୍ଦୁଝର: କେନ୍ଦୁଝର ବାଂଶପାଳ ବିଇଓ ଅଫିସର ଜୁନିୟର କ୍ଲର୍କ ଗଙ୍ଗାଧର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କନିଷ୍ଠ କିରାଣୀ ଗଙ୍ଗାଧର ସାହୁଙ୍କ ସରକାରୀ କ୍ୱାଟର୍ସ ସମେତ ୫ଟି ଜାଗାରେ ଚଢାଉ ହେଉଛି । ଗଙ୍ଗାଧରଙ୍କ ବାଂଶପାଳ ଅଫିସ , କେନ୍ଦୁଝରସ୍ଥିତ ସରକାରୀ ବାସଭବନ, ଭାଲକି ପାତାଳାସ୍ଥିତ ତିନି ମହଲା ଘର, ତେଲକୋଇସ୍ଥିତ ପୈତୃକ ଘର ସହିତ ଶ୍ୱଶୁର ଘରେ ଏକକାଳୀନ ଚଢାଉ ଜାରି ରହିଛି ।

ସୂଚନାଯୋଗ୍ୟ, ଗଙ୍ଗାଧର ସାହୁଙ୍କ ନାମରେ ପୂର୍ବରୁ ବହୁଥର ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଏପରିକି ଭିଜିଲାନ୍ସ କୋର୍ଟରେ ବି ଏନେଇ ଅଭିଯୋଗ ହୋଇଥିଲା। ଏହାପରେ ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ଆଜି ସକାଳେ ଏକକାଳୀନ ୫ଟି ସ୍ଥାନରେ ରେଡ କରାଯାଉଛି। ବାଲେଶ୍ୱର ଏସ୍‌ପି ଏହି ଚଢ଼ାଉର ନେତୃତ୍ୱ ନେଉଛନ୍ତି। ଏହି ଚଢାଉରେ ୩ ଜଣ ଡିଏସ, ୭ ଜଣ ଇନସ୍ପେକ୍ଟର, ୨ ଜଣ ଏଏସଆଇ ଓ ୯ ଜଣ କନଷ୍ଟେବଳ ସାମିଲ ହୋଇଛନ୍ତି । ଚଢ଼ାଉ ଜାରି ରହିଥିବାରୁ ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଇ ପାରିନାହିଁ ।

Leave A Reply

Your email address will not be published.