ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ନାସାର ‘ଡାର୍ଟ ମିଶନ’ ସଫଳ

0

ନାସାକୁ ମିଳିଛି ବଡ ସଫଳତା । ସଫଳ ହୋଇଛି ନାସାର ଐତିହାସିକ ଡାର୍ଟ ମିଶନ । ପୃଥିବୀ ଆଡକୁ ମାଡିଆସୁଥିବା ଆଷ୍ଟ୍ରଏଡ୍ ଗୁଡିକର ଦିଗ ବଦଳାଇଦେଇଛି ଏହି ‘ଡାର୍ଟ ମିଶନ୍’ । ପୃଥିବୀକୁ କୌଣସି କ୍ଷତି ହେବାରୁ ବଞ୍ଚାଇବାକୁ ଯାଇ ଏହାର କକ୍ଷ ପଥରେ ଥିବା ସମସ୍ତ ଗ୍ରହାଣୁ ଗୁଡିକର ଦିଗ ବଦଳାଇ ଦେଇଛି । ନାସାର ସବୁଠାରୁ ବଡ ପ୍ରୋଜେକ୍ଟ ରହିଥିଲା ‘ଡାର୍ଟ ମିଶନ୍’ । ମିଶନ ସଫଳ ହେବା ପରେ ନାସା ମୁଖ୍ୟ ବିଲ ନେଲସନ କହିଛନ୍ତି  ଏହା ଆମ ଗ୍ରହର ପ୍ରତିରକ୍ଷା କ୍ଷେତ୍ରରେ ଯେତିକ ମହତ୍ୱପୂର୍ଣ୍ଶ ମାନବଜାତି ପାଇଁ ମଧ୍ୟ ସେତିକି ଜରୁରୀ ।

ସୂଚନାଯୋଗ୍ୟ: ପୃଥବୀ ଆଡକୁ ଆସୁଥିବା ଉଲକାପିଣ୍ଡର ଦିବ ବଦଳାଇବା ପାଇଁ ଦୁଇ ସପ୍ତାହ ପୂର୍ବେ ନାସା ତାର ପରୀକ୍ଷଣ ଆରମ୍ଭ କରିଥିଲା । ଆଉ ଏହାକୁ ନାସା ପକ୍ଷରୁ ଡାର୍ଟ ମିଶନ ନାଁ ଦିଆଯାଇଥିଲା । ଡବଲ ଆଷ୍ଟେରଏଡ ରିଡାଇରେକ୍ସନ ଟେଷ୍ଟର ଡାର୍ଟର ମହାକାଶଯାନ ସେପ୍ଟେମ୍ବର ୨୬ରେ ଡାଇମୋରଫୋସ ନାମକ ଏକ ଉଲକାପିଣ୍ଡକୁ ଧକ୍କା ଦେଇଥିଲା ।  ୩୩୦ ନିୟୁତ ଡଲାର ବ୍ୟୟରେ ଦୀର୍ଘ ୭ବର୍ଷ ଧରି ନିର୍ମାଣ ହୋଇଥିବା ପ୍ରଫ-ଅଫ-କନସେପ୍ଟ ଡାର୍ଟ ମିଶନର ସଫଳତା ଭବିଷ୍ୟତରେ ପୃଥବୀକୁ ଗ୍ରହାଣୁ ଧକ୍କାର ରକ୍ଷା କରିବ ବୋଲି ବୈଜ୍ଞାନିକ କହିଛନ୍ତି ।ଏହି ଗ୍ରହାଣୁଟି ପ୍ରତି ୧୧ ଘଣ୍ଟା ୫୫ ମିନିଟ୍‌ରେ ତା’ଠାରୁ ୫ଗୁଣ ବଡ଼ ‘ଡିଡାଇମସ୍’ ନାମରେ ଆଉ ଏକ ଗ୍ରହାଣୁକୁ ପରିକ୍ରମା କରୁଛି । ଘଣ୍ଟାପ୍ରତି ୨୨,୫୩୧ କିଲୋମିଟର୍‌ ବେଗରେ ମହାକାଶଯାନ ‘ଡାର୍ଟ’ ତାକୁ ଧକ୍କା ଦେଇ ତା’ର କକ୍ଷପଥ ପରିବର୍ତ୍ତନ କରିବାରେ ସଫଳ ହୋଇଛି । ଫଳରେ ତା’ର ପରିକ୍ରମଣ ସମୟ ଅନ୍ୟୂନ ୧୦ ମିନିଟ୍‌ ହ୍ରାସ ପାଇଛି ବୋଲି ‘ନାସା’ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.