ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

ଆଚାର୍ଯ୍ୟ ହରିହର କର୍କଟ ରୋଗ ଓ ଗବେଷଣା ପ୍ରତିଷ୍ଠାନରେ ମିଳିବ ମାଗଣା ଟେଷ୍ଟିଂ ସୁବିଧା, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

0

କଟକ: କର୍କଟ ରୋଗୀଙ୍କ ପାଇଁ ଖୁସି ଖବର। ଏଣିକି ଆଚାର୍ଯ୍ୟ ହରିହର କର୍କଟ ରୋଗ ଓ ଗବେଷଣା ପ୍ରତିଷ୍ଠାନରେ ମାଗଣାରେ ହେବ ବ୍ୟୟବହୁଳ ଟେଷ୍ଟିଂ । ବିନା ଦେୟରେ ରୋଗୀ କରିବେ ପେଟ୍ ସିଟିକ୍ସାନ, ଏମଆରଆଇ ସିଟି ସ୍କାନ । ଆଜିଠୁ ଆଚାର୍ଯ୍ୟ ହରିହର କର୍କଟ ରୋଗ ଓ ଗବେଷଣା ପ୍ରତିଷ୍ଠାନରେ ମିଳିବ ମାଗଣା ଟେଷ୍ଟିଂ ସୁବିଧା । ଆଜି ଏହି ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହା ସହ ୨ଶହ ନୂଆ ବେଡ୍ ଓ ୩୦ ବେଡ୍ ବିଶିଷ୍ଟ ଆଇସିୟୁ ଓ୍ବାର୍ଡର ଉଦଘାଟନ କରିବେ ନବୀନ । ନୂତନ ପେଟ୍ ସ୍କାନ,ଏମଆରଆଇ ଓ ରେଡିଏସନ୍ ପାଇଁ ୬୦ କୋଟି ଟଙ୍କା ବ୍ୟୟରେ ବସିଛି ୨ଟି ଲିନାକ ମେସିନ । ଟେଷ୍ଟିଂ ପାଇଁ ଆରମ୍ଭ ହୋଇଛି ପଞ୍ଜିକରଣ । ମେଗା ପ୍ରକଳ୍ପ ପାଇଁ ନିର୍ମାଣ ହୋଇଛି ବହୁତଳ ବିଶିଷ୍ଟ ୬ମହଲା ବିଲ୍ଡିଂ ।

ଏଥିପାଇଁ ଖର୍ଚ୍ଚ ହୋଇଛି ୩୫ କୋଟି ଟଙ୍କା । ପ୍ରଥମ ମହଲାରେ ପେଟ୍ ସିଟି, ଦ୍ବିତୀୟରେ ସିଟି ସ୍କାନ ଏବଂ ଏମଆରଆଇ ସୁବିଧା ରହିଛି । ତୃତୀୟରେ ଆଇସିୟୁ ଓ୍ବାର୍ଡ ରହିଥିବାବେଳେ ଅନ୍ୟ ମହଲାରେ ରହିଛି ୨ଶହ ବେଡ୍ । ରାଜ୍ୟ ସରକାରଙ୍କ ଏପରି ଉଦ୍ୟମକୁ ପ୍ରଶଂସା କରିଛନ୍ତି ରୋଗୀ ଓ ସମ୍ପର୍କୀୟ ।

Leave A Reply

Your email address will not be published.