ପ୍ରମୁଖ ଖବର

ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଦେଶ ଫେରିଲେ ପ୍ରଧାନମନ୍ତ୍ରୀ
୪୧ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ
ପୀତବାସ ପଣ୍ଡା ହତ୍ୟା ମାମଲା: ‘ମୋତେ ଫସାଇ ଦିଆଯାଇଛି’,ବିକ୍ରମ ପଣ୍ଡା
୧୦ ଫୁଟ୍‌ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି: ୧୧୪ଟି ରାଫେଲ କିଣିବାକୁ ପ୍ରସ୍ତୁତ ଭାରତ

ଗୋଟିଏ ଦିନରେ ୨ ଟି ଦୁର୍ଘଟଣା, ୩୦ରୁ ଅଧିକ ଆହତ

0

ଜଳେଶ୍ବର: ରାଜ୍ୟରେ ଏବେ ପ୍ରତିଦିନ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି। କେତେବେଳେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହେଉଛି ତ ଆଉ କେତେବେଳେ ଭାରସାମ୍ୟ ହରାଇ ଓଲଟି ପଡୁଛି। ଆଜି ସକାଳୁ ଜଳେଶ୍ୱରରେ ୨ ଟି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୋଟିଏ ଯାତ୍ରୀବାହୀ ବସ୍ ହଲଦିପଡ଼ା ବାଇପାସ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଗାଡ଼ିରେ ପ୍ରାୟ ୫୦ଜଣ ଯାତ୍ରୀ ଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ବସଟି
କଲିକତାରୁ ରାଜକନିକା ଆସୁଥିବା ବେଳେ ଭୋର ପ୍ରାୟ ୪ଟା ବେଳେ ଏହି ଦୁର୍ଘଟଣା ଘଟିଛି । ବସ୍‌ ଚାଳକ ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

ସେପଟେ ଜଳେଶ୍ବର ଏନଏଚ୍-୬୦ ଲକ୍ଷ୍ମଣନାଥ ଟୋଲ ଗେଟ ନିକଟରେ ବସ୍‌କୁ ପଛରୁ ଧକ୍କା ଦେଲା କଣ୍ଟେନର । ୧୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଡ୍ରାଇଭର ଓ ହେଲପରଙ୍କୁ ମିଶାଇ ୪ଜଣ ଗୁରୁତର ହୋଇଛନ୍ତି । ପଶ୍ଚିମବଙ୍ଗରୁ ବାଲେଶ୍ବର ଅଭିମୁଖେ ଆସୁଥିବା ବସ୍‌କୁ ଧକ୍କା ଦେଇଥିଲା କଣ୍ଟେନର । ଏବେ ବି ଉଦ୍ଧାର କର୍ଯ୍ୟ ଜାରି ରହିଛି । ତେବେ କୁହୁଡି କାରଣରୁ କଣ୍ଟେନର ଟି ଧକ୍କା ଦେଇଥିବା ଅନୁମାନ କରାଯାଉଛି । ଆହତ ଯାତ୍ରୀମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.