ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ଆଚାର୍ଯ୍ୟ ହରିହର କର୍କଟ ରୋଗ ଓ ଗବେଷଣା ପ୍ରତିଷ୍ଠାନରେ ମିଳିବ ମାଗଣା ଟେଷ୍ଟିଂ ସୁବିଧା, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

0

କଟକ: କର୍କଟ ରୋଗୀଙ୍କ ପାଇଁ ଖୁସି ଖବର। ଏଣିକି ଆଚାର୍ଯ୍ୟ ହରିହର କର୍କଟ ରୋଗ ଓ ଗବେଷଣା ପ୍ରତିଷ୍ଠାନରେ ମାଗଣାରେ ହେବ ବ୍ୟୟବହୁଳ ଟେଷ୍ଟିଂ । ବିନା ଦେୟରେ ରୋଗୀ କରିବେ ପେଟ୍ ସିଟିକ୍ସାନ, ଏମଆରଆଇ ସିଟି ସ୍କାନ । ଆଜିଠୁ ଆଚାର୍ଯ୍ୟ ହରିହର କର୍କଟ ରୋଗ ଓ ଗବେଷଣା ପ୍ରତିଷ୍ଠାନରେ ମିଳିବ ମାଗଣା ଟେଷ୍ଟିଂ ସୁବିଧା । ଆଜି ଏହି ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହା ସହ ୨ଶହ ନୂଆ ବେଡ୍ ଓ ୩୦ ବେଡ୍ ବିଶିଷ୍ଟ ଆଇସିୟୁ ଓ୍ବାର୍ଡର ଉଦଘାଟନ କରିବେ ନବୀନ । ନୂତନ ପେଟ୍ ସ୍କାନ,ଏମଆରଆଇ ଓ ରେଡିଏସନ୍ ପାଇଁ ୬୦ କୋଟି ଟଙ୍କା ବ୍ୟୟରେ ବସିଛି ୨ଟି ଲିନାକ ମେସିନ । ଟେଷ୍ଟିଂ ପାଇଁ ଆରମ୍ଭ ହୋଇଛି ପଞ୍ଜିକରଣ । ମେଗା ପ୍ରକଳ୍ପ ପାଇଁ ନିର୍ମାଣ ହୋଇଛି ବହୁତଳ ବିଶିଷ୍ଟ ୬ମହଲା ବିଲ୍ଡିଂ ।

ଏଥିପାଇଁ ଖର୍ଚ୍ଚ ହୋଇଛି ୩୫ କୋଟି ଟଙ୍କା । ପ୍ରଥମ ମହଲାରେ ପେଟ୍ ସିଟି, ଦ୍ବିତୀୟରେ ସିଟି ସ୍କାନ ଏବଂ ଏମଆରଆଇ ସୁବିଧା ରହିଛି । ତୃତୀୟରେ ଆଇସିୟୁ ଓ୍ବାର୍ଡ ରହିଥିବାବେଳେ ଅନ୍ୟ ମହଲାରେ ରହିଛି ୨ଶହ ବେଡ୍ । ରାଜ୍ୟ ସରକାରଙ୍କ ଏପରି ଉଦ୍ୟମକୁ ପ୍ରଶଂସା କରିଛନ୍ତି ରୋଗୀ ଓ ସମ୍ପର୍କୀୟ ।

Leave A Reply

Your email address will not be published.