ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବିଏସ୍‌ଏଫଙ୍କ ଗୁଳିରେ ଖସିଲା ପାକିସ୍ତାନ ଡ୍ରୋନ୍

0
  • ବିଫଳ ହେଲା ଭାରତ ବିରୋଧୀ ଷଡ଼ଯନ୍ତ୍ର
  • ପାକିସ୍ତାନ ଡ୍ରୋନକୁ ଗୁଳି କଲେ ବିଏସ୍‌ଏଫ
  • ଭାରତରେ ଅନୁପ୍ରବେଶ ଚେଷ୍ଟା କରିଥିଲା ଡ୍ରୋନ୍

ଅମୃତସର: ପାକିସ୍ତାନକୁ ଲାଗିଲା ବଡ଼ ଝଟକା । ପଣ୍ଡ ହୋଇଛି ପାକିସ୍ତାନର ଭାରତ ବିରୋଧୀ ଷଡ଼ଯନ୍ତ୍ର । ଅମୃତସର ସ୍ଥିତ ଭାରତ-ପାକିସ୍ତାନ ସୀମା ନିକଟରେ ଉଡ଼ୁଥିବା ପାକିସ୍ତାନର ଏକ ଡ୍ରୋନକୁ ଗୁଳି କରି ଖସାଇ ଦେଇଛନ୍ତି ବିଏସ୍‌ଏଫ ଯବାନମାନେ ।

ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ପାକିସ୍ତାନ ଡ୍ରୋନ ଶାହପୁର ବର୍ଡର ଆଉଟ ପୋଷ୍ଟ ନିକଟ ଭାରତୀୟ ସୀମାରେ ବୁଲୁଥିବାର ବିଏସ୍‌ଏଫ ଯବାନମାନେ ଦେଖିଥିଲା । ଏହାପରେ ଜଣେ ବିଏସ୍‌ଏଫ ଯବାନ ଡ୍ରୋନଟିକୁ ଗୁଳି କରି ଖସାଇ ଦେଇଥିଲେ । ଏହି ଡ୍ରୋନଟି ପାକିସ୍ତାନ ପଟୁ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା ।

ଏହାକୁ ପାକିସ୍ତାନ ରେଞ୍ଜର୍ସ ବର୍ଡର ପୋଷ୍ଟ ର ଦେଓରି ଫରୱାର୍ଡରୁ ଭାରତକୁ ପଠା ଯାଇଥିଲା । ଡ୍ରୋନକୁ ଗୁଳି କରି ଖସାଇବା ପରେ ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି । ହେଲେ ଏଯାଏ ସୀମାରେ କୌଣସି ସନ୍ଦିଗ୍ଧ ଗତିବିଧି କିମ୍ବା ଅସ୍ତ୍ରଶସ୍ତ୍ର ନେଇ ତଥ୍ୟ ମିଳିନାହିଁ ।

Leave A Reply

Your email address will not be published.