ପ୍ରମୁଖ ଖବର

ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଦେଶ ଫେରିଲେ ପ୍ରଧାନମନ୍ତ୍ରୀ
୪୧ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ
ପୀତବାସ ପଣ୍ଡା ହତ୍ୟା ମାମଲା: ‘ମୋତେ ଫସାଇ ଦିଆଯାଇଛି’,ବିକ୍ରମ ପଣ୍ଡା
୧୦ ଫୁଟ୍‌ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି: ୧୧୪ଟି ରାଫେଲ କିଣିବାକୁ ପ୍ରସ୍ତୁତ ଭାରତ

ଅବକାରୀ ନୀତି ମାମଲାରେ ଇଡିର ପୁଣି ଚଢାଉ

0
  • ଏକକାଳୀନ ଦିଲ୍ଲୀର ୨୫ଟି ସ୍ଥାନରେ ଚାଲିଛି ରେଡ୍‌
  • ଏଯାବତ୍‌ ୧୨୦ରୁ ଅଧିକ ସ୍ଥାନରେ ରେଡ୍ କରିସାରିଲାଣି ଇଡି

ନୂଆଦିଲ୍ଲୀ: ଆଜି ପୁଣିଥରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ରେଡ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏଥରକ ଇଡିର ଏକାଧିକ ଟିମ୍‌ ଏକକାଳୀନ ଦିଲ୍ଲୀର ୨୫ଟି ସ୍ଥାନରେ ଚଢାଉ କରିଛନ୍ତି । ଗତ ସପ୍ତାହରେ ଦିଲ୍ଲୀ-ଏନସିଆର, ପଞ୍ଜାବ ଓ ଅନ୍ୟ କିଛି ସ୍ଥାନର ୩୫ଟି ଠିକଣାରେ ରେଡ କରିଥିଲା ଇଡି ।

ତେବେ ଇଡି ଅଧିକାରୀଙ୍କ କହିବା ଅନୁସାରେ, ଆଜିର ଚଢ଼ଉ ଅଭିଯାନରେ ମଦ ଡିଲର୍‌ସିପ୍‌ ଏବଂ ଡିଷ୍ଟ୍ରିବ୍ୟୁସନ୍‌ସିପ୍‌ରେ ଜଡ଼ିତ ଥିବା ଘରୋଇ କମ୍ପାନିରେ ତଲାସ ଚାଲିଛି । ଏହି ମାମଲାରେ ଏଯାବତ୍‌ ପ୍ରବର୍ତ୍ତନ ନିର୍ଦେଶାଳୟ ୧୨୦ରୁ ଅଧିକ ସ୍ଥାନରେ ଚଢ଼ଉ କରିସାରିଲାଣି । ତେବେ ଏହି ଦୁର୍ନୀତି ଘଟଣାରେ ଇଡି ମଦ ବ୍ୟବସାୟୀ ତଥା ଇଣ୍ଡୋସ୍ପିରିଟ୍‌ କମ୍ପାନୀର ଏମଡି ସମୀର ମହାନ୍ଦ୍ରୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ ।

ସେହିପରି, ଏହି ମାମଲାରେ ଅବକାରୀ ବିଭାଗର ୧୧ଜଣ ଅବକାରୀ ଅଧିକାରୀଙ୍କୁ ନିଲମ୍ବନ କରାଯାଇ ସାରିଲାଣି । ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବୋଲି ସିବିଆଇ ଓ ଇଡି କହିଛନ୍ତି । କିନ୍ତୁ ଏଯାଏ ତାଙ୍କ ବିରୋଧରେ କୌଣସି ପ୍ରକାରର ପ୍ରମାଣ ମିଳିନାହିଁ। ସୂଚନା ଅନୁଯାୟୀ ଗତବର୍ଷ ନଭେମ୍ବର ୧୭ରେ ଆପ୍‌ ସରକାର ନୂଆ ଅବକାରୀ ନୀତି ଲାଗୁ କରିଥିଲେ । ହେଲେ ବିବାଦ ଯୋଗୁ ଚଳିତ ବର୍ଷ ଜୁଲାଇ ମାସ ଶେଷ ଭାଗରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା।

Leave A Reply

Your email address will not be published.