ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଅବକାରୀ ନୀତି ମାମଲାରେ ଇଡିର ପୁଣି ଚଢାଉ

0
  • ଏକକାଳୀନ ଦିଲ୍ଲୀର ୨୫ଟି ସ୍ଥାନରେ ଚାଲିଛି ରେଡ୍‌
  • ଏଯାବତ୍‌ ୧୨୦ରୁ ଅଧିକ ସ୍ଥାନରେ ରେଡ୍ କରିସାରିଲାଣି ଇଡି

ନୂଆଦିଲ୍ଲୀ: ଆଜି ପୁଣିଥରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ରେଡ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏଥରକ ଇଡିର ଏକାଧିକ ଟିମ୍‌ ଏକକାଳୀନ ଦିଲ୍ଲୀର ୨୫ଟି ସ୍ଥାନରେ ଚଢାଉ କରିଛନ୍ତି । ଗତ ସପ୍ତାହରେ ଦିଲ୍ଲୀ-ଏନସିଆର, ପଞ୍ଜାବ ଓ ଅନ୍ୟ କିଛି ସ୍ଥାନର ୩୫ଟି ଠିକଣାରେ ରେଡ କରିଥିଲା ଇଡି ।

ତେବେ ଇଡି ଅଧିକାରୀଙ୍କ କହିବା ଅନୁସାରେ, ଆଜିର ଚଢ଼ଉ ଅଭିଯାନରେ ମଦ ଡିଲର୍‌ସିପ୍‌ ଏବଂ ଡିଷ୍ଟ୍ରିବ୍ୟୁସନ୍‌ସିପ୍‌ରେ ଜଡ଼ିତ ଥିବା ଘରୋଇ କମ୍ପାନିରେ ତଲାସ ଚାଲିଛି । ଏହି ମାମଲାରେ ଏଯାବତ୍‌ ପ୍ରବର୍ତ୍ତନ ନିର୍ଦେଶାଳୟ ୧୨୦ରୁ ଅଧିକ ସ୍ଥାନରେ ଚଢ଼ଉ କରିସାରିଲାଣି । ତେବେ ଏହି ଦୁର୍ନୀତି ଘଟଣାରେ ଇଡି ମଦ ବ୍ୟବସାୟୀ ତଥା ଇଣ୍ଡୋସ୍ପିରିଟ୍‌ କମ୍ପାନୀର ଏମଡି ସମୀର ମହାନ୍ଦ୍ରୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ ।

ସେହିପରି, ଏହି ମାମଲାରେ ଅବକାରୀ ବିଭାଗର ୧୧ଜଣ ଅବକାରୀ ଅଧିକାରୀଙ୍କୁ ନିଲମ୍ବନ କରାଯାଇ ସାରିଲାଣି । ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବୋଲି ସିବିଆଇ ଓ ଇଡି କହିଛନ୍ତି । କିନ୍ତୁ ଏଯାଏ ତାଙ୍କ ବିରୋଧରେ କୌଣସି ପ୍ରକାରର ପ୍ରମାଣ ମିଳିନାହିଁ। ସୂଚନା ଅନୁଯାୟୀ ଗତବର୍ଷ ନଭେମ୍ବର ୧୭ରେ ଆପ୍‌ ସରକାର ନୂଆ ଅବକାରୀ ନୀତି ଲାଗୁ କରିଥିଲେ । ହେଲେ ବିବାଦ ଯୋଗୁ ଚଳିତ ବର୍ଷ ଜୁଲାଇ ମାସ ଶେଷ ଭାଗରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା।

Leave A Reply

Your email address will not be published.