ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭାରତ-ପାକିସ୍ତାନ ମ୍ୟାଚର କ୍ରେଜ ଆକାଶଛୁଆଁ

0

ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚକୁ ସାଧାରଣତଃ କ୍ରିକେଟ ପ୍ରେମୀମାନେ ଚାହିଁ ରହିଥାନ୍ତି । ଆଉ ଯେଉଁ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହୋଇଥାଏ, ତାହାର ଡିମାଣ୍ଡ ମଧ୍ୟ ବେଶ୍ ରହିଥାଏ । ଏହି ମ୍ୟାଚ ଦେଖିବା ପାଇଁ ଦର୍ଶକ ପାଗଳ ପରି ଟିକେଟ କିଣିଥାନ୍ତି । ଚଳିତ ବର୍ଷ ଅକ୍ଟୋବର ୧୬ରୁ ଅଷ୍ଟ୍ରେଲିଆରେ ଆଇସିସି ଟି୨୦ ବିଶ୍ୱକପର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ତେବେ ଅକ୍ଟୋବର ୨୨ରୁ ମୁଖ୍ୟ ମୁକାବିଲା ଆରମ୍ଭ ହେବାକୁ ଯାଉଛି । ୭ଟି ସହରରେ ଖେଳାଯାଉଥିବା ଏହି ମ୍ୟାଚକୁ ନେଇ ସମସ୍ତେ ଉତ୍ସାହିତ ରହିଛନ୍ତି । ପ୍ରଥମ ମ୍ୟାଚ ଗତବର୍ଷର ଚାମ୍ପିଅନ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ।

ତେବେ ବିଶ୍ଵ କପରେ ଅକ୍ଟୋବର ୨୩ରେ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ ହାଇଭୋଲଟେଜ୍ ମ୍ୟାଚ୍ । ବହୁପ୍ରତୀକ୍ଷିତ ଏହି ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ । ଏଥିପାଇଁ ଦର୍ଶକଙ୍କ ମଧ୍ୟରେ ନାହିଁନଥିବା ପ୍ରତିଯୋଗିତା ଦେଖିବାକୁ ମିଳିଛି । ମାତ୍ର ୧୦ ମିନିଟରେ ୯୦ ହଜାରରୁ ଅଧିକ ଟିକେଟ୍ ବିକ୍ରି ହୋଇ ସାରିଛି । ତେବେ ଏଥିରୁ ଜଣାପଡୁଛି ଏହି ହାଇଭୋଲ୍ଟେଜ୍ ମ୍ୟାଚ୍ ପାଇଁ ଦର୍ଶକ କେତେ ଅପେକ୍ଷା କରି ରହିଛନ୍ତି ।

Leave A Reply

Your email address will not be published.