ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

କୋଇଲାଖଣି ବିସ୍ଫୋରଣରେ ୨୫ ମୃତ

0

ବାର୍ତ୍ତିନ ପ୍ରଦେଶ; ତୁର୍କୀ ଉତ୍ତରାଞ୍ଚଳ ଅନ୍ତର୍ଗତ ବାର୍ତିନ୍‌ ପ୍ରଦେଶ ସ୍ଥିତ ଏକ କୋଇଲାଖଣିରେ ବିସ୍ଫୋରଣ ଘଟିଛି । ଏଥିରେ ଅନ୍ୟୂନ ୨୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ଏବେବି ପ୍ରାୟ ୫୦ଜଣ ଖଣି ଭିତରେ ଫସି ରହିଥିବା ସୂଚନା ମିଳିଛି। ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ବିସ୍ଫୋରଣ ଘଟିବା ବେଳେ ଖଣିରେ ସମୁଦାୟ ୧୧୦ଜଣ ଶ୍ରମିକ ଥିଲେ ବୋଲି ଗୃହମନ୍ତ୍ରୀ ସୁଲେମାନ୍‌ ସୋୟଲୁ କହିଛନ୍ତି।

ତେବେ ଫସିରହିଥିବା ଶ୍ରମିକମାନଙ୍କ ମଧ୍ୟରୁ କେତେକ ନିଜେ ନିଜେ ବାହାରି ଆସିଛନ୍ତି, ଆଉ କେତେକଙ୍କୁ ଉଦ୍ଧାର କରାଯାଇଛି ବୋଲି ସେ କହିଛନ୍ତି। ଖଣି ଭିତରେ ଭୂଗର୍ଭର ୧୦୦୦ରୁ ୧,୧୫୦ ଫୁଟ୍ ଅଭ୍ୟନ୍ତର‌ର ଦୁଇଟି ପୃଥକ୍‌ ଅଞ୍ଚଳରେ ୪୯ଜଣ ଶ୍ରମିକ ଫସି ରହିଥିବା ଖବରକୁ ମଧ୍ୟ ସେ ସୁନିଶ୍ଚିତ କରିଛନ୍ତି।
ତେବେ ପ୍ରାଥମିକ ସୂଚନାରୁ ଅନୁଯାୟୀ, ‘ଫାୟାର୍‌ଡ୍ୟାମ୍ପ୍‌’ (ଖଣିରେ ଥିବା ମିଥେନ୍‌ ବାଷ୍ପ) ଯୋଗୁଁ ସନ୍ଧ୍ୟା ପ୍ରାୟ ୬.୧୫ରେ ବିସ୍ଫୋରଣ ଘଟିଛି। କିନ୍ତୁ, ବିସ୍ଫୋରଣ ପ୍ରକୃତ କାରଣ ଏଯାବତ୍‌ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.