ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ବିସିସିଆଇର ନୂଆ ବସ୍ ରୋଜର ବିନ୍ନି

0

ନୂଆଦିଲ୍ଲୀ: ବିସିସିଆଇ ସଭାପତି ପାଇଁ ରୋଜର ବିନ୍ନିଙ୍କ ନାଁରେ ବାଜିଲା ମୋହର । ଆଜି ମୁମ୍ବାଇରେ ବସିଥିବା ବାର୍ଷିକ ସାଧାରଣ ବୈଠକରେ ବିନ୍ନିଙ୍କୁ ୩୬ତମ ବିସିସିଆଇ ଅଧ୍ୟକ୍ଷ ଭାବେ ମୋହର ମାରିଛି ବୋର୍ଡ । ନୂଆ ସଭାପତି ଭାବେ ସେ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେଇଛନ୍ତି । ତେବେ ସୌରଭ ଗାଙ୍ଗୁଲି 2019ରେ ଏହି ପଦ ସମ୍ବାଳିଥିଲେ । କିଛି ଦିନ ପୂର୍ବରୁ ଚର୍ଚ୍ଚା ହେଉଥିଲା କି ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ବଢାଇ ଦିଆଯିବ । କିନ୍ତୁ ଏହି ଚର୍ଚ୍ଚାର ଅବସାନ ଘଟି ଗାଙ୍ଗୁଲିଙ୍କୁ ବିଦାୟୀ ଦିଆଯାଇଛି । ସେପଟେ ରୋଜର ବିନ୍ନିଙ୍କ ବିଷୟରେ କହିବାକୁ ଗଲେ ବିସିସିଆଇ ଅଧ୍ୟକ୍ଷ ପଦ ପାଇଁ ସେ ଏକା ପାର୍ଥୀ ରହିଥିଲେ । ତାଙ୍କ ଛଡା ଅନ୍ୟ କେହି ବି ଏଥିପାଇଁ ନାମାଙ୍କନ ଦାଖଲ କରିନଥିଲେ ।

୧୯୮୩ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ ତଥା ପୂର୍ବତନ ଅଲରାଉଣ୍ଡର ରହିସାରିଛନ୍ତି ରୋଜର ବିନ୍ନି । ଏହାସହ ସେ ପୂର୍ବରୁ ବିସିସିଆଇର ସିଲେକସନ୍ କମିଟିର ସଦସ୍ୟ ଥିଲେ । ଅତୀତରେ ରୋଜର ବିନି ବରିଷ୍ଠ ଜାତୀୟ ପୁରୁଷ ଦଳ ଚୟନକର୍ତ୍ତା ଭାବରେ କାର୍ଯ୍ୟ କରିଛନ୍ତି । ୨୦୧୫ ବିଶ୍ୱକପ୍ ପାଇଁ ଦଳ ଚୟନ କରାଯିବାବେଳେ ବିନି ଚୟନ ପ୍ୟାନେଲରେ ଥିଲେ । ଉଲ୍ଲେଖଯୋଗ୍ୟ, ବିସିସିଆଇ ନିର୍ବାଚନ ପାଇଁ ବିନ୍ନିଙ୍କ ନାମ ମାସକ ପୂର୍ବରୁ ନିର୍ବାଚନ ତାଲିକାରେ ସ୍ଥାନ ପାଇଥିଲା ଏବଂ ତାଙ୍କୁ ବିସିସିଆଇ ଏଜିଏମ୍ ପାଇଁ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ଆସୋସିଏସନର ପ୍ରତିନିଧୀ ଭାବରେ ମଧ୍ୟ ନାମିତ କରାଯାଇଥିଲା ।

୧୯୮୩ ମସିହାରେ ଭାରତର ପ୍ରଥମ ବିଶ୍ୱକପ ବିଜୟରେ ଏକ ଅବିଚ୍ଛେଦ୍ୟ ଭୂମିକା ଗ୍ରହଣ କରିଥିବା ରୋଜର ବିନି ୧୯୭୯ ରୁ ୧୯୮୭ମଧ୍ୟରେ ଭାରତ ପାଇଁ ୨୭ ଟି ଟେଷ୍ଟ ଏବଂ ୭୨ ଟି ଦିନିକିଆ ଖେଳିଥିଲେ। ଅନ୍ୟପଟେ ଆଇସିସି ଅଧ୍ୟକ୍ଷ ପଦ ପାଇଁ ଆସନ୍ତା ୨୦ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି । ବୋର୍ଡ ବୈଠକ ନଭେମ୍ବର ୧୧ରୁ ୧୩ ପର୍ଯ୍ୟନ୍ତ ମେଲବର୍ଣ୍ଣରେ ହେବ । ବିସିସିଆଇ ଗାଙ୍ଗୁଲିଙ୍କ ନାଁ ଆଇସିସି ମୁଖ୍ୟ ପଦ ପାଇଁ ବିଚାର କରୁଛି କି ନାହିଁ ତା ଉପରେ ନଜର ରହିଛି ।

Leave A Reply

Your email address will not be published.