ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ତାମିଲନାଡୁ ଯିବେ ୨୨୦ ଆଦିବାସୀ ଯୁବତୀ

0

ଭୁବନେଶ୍ବର: ଆଜି ତାମିଲନାଡୁ ଯିବେ କଳାହାଣ୍ଡିର ୨୨୦ ଜଣ ଯୁବତୀ । ସମସ୍ତେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣରେ ଅଧିନରେ ହୋସୁରରେ ଥିବା ଟାଟା ଇଲୋକ୍ଟ୍ରୋନିକ୍ସ ପ୍ରାଇଭେଟ ଲିମିଟେଡରେ ନିଯୁକ୍ତି ପାଇଛନ୍ତି । ଆଜି ଭୁବନେଶ୍ବର ବିମାନବନ୍ଦରରୁ ସମସ୍ତେ ସ୍ବତନ୍ତ୍ର ବିମାନରେ ତାମିଲନାଡୁ ଯିବେ ।

ଏଥିପାଇଁ ସକାଳ ୭ଟାରୁ ୬ଟି ବସ ଯୋଗେ ଯୁବତୀମାନେ ଭବାନୀପାଟଣା ରୁ ଭୁବନେଶ୍ବର ଆସୁଛନ୍ତି । ସେହିପରି ଆସନ୍ତାକାଲି ସୁନ୍ଦରଗଡ଼ରୁ ୭୦ଜଣ ତାମିଲନାଡୁ ଯିବେ । ୨୧ ତାରିଖରେ ଫୁଲବାଣୀରୁ ୫ ଜଣ ଯୁବତୀ ଯିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତଙ୍କ ପାଇଁ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ ।

ଉପାନ୍ତ ଜିଲ୍ଲା ଗୁଡ଼ିକରେ ଆଦିବାସୀ ଯୁବତୀଙ୍କୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ମାଧ୍ୟମରେ ତାଲିମ ଦିଆଯାଉଛି । ଗତକାଲି ବାରିପଦାର ୭୮ ଜଣ ଯୁବତୀ ଟାଟା ଇଲୋକ୍ଟ୍ରୋନିକ୍ସ କମ୍ପାନୀରେ ଚାକିରି ପାଇଁ ତାମିଲନାଡୁ ଗସ୍ତ କରିଥିଲେ । ପୂର୍ବରୁ ମଧ୍ୟ ଶହ ଶହ ଆଦିବାସୀ ଯୁବତୀ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ମାଧ୍ୟମରେ ନିଯୁକ୍ତି ପାଇଛନ୍ତି ।

Leave A Reply

Your email address will not be published.