ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

୬ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ, ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ

0
  • ଓଡ଼ିଶା- ପଶ୍ଚିମବଙ୍ଗ- ବାଂଲାଦେଶ ଉପକୂଳ ଉପରେ ନଜର !!!

ଭୁବନେଶ୍ବର; ଉତ୍ତର ଆଣ୍ଡମାନ ସାଗର ରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ଓ ଅନୁକୂଳ ସାମୁଦ୍ରିକ ଓ ବାୟୁମଣ୍ଡଳ ବାତାବରଣ ମଧ୍ୟରେ ରହିଛି । ଆସନ୍ତା ୦୬ ଘଣ୍ଟା ମଧ୍ୟରେ ଏହା ଉତ୍ତର ଆଣ୍ଡାମାନ ସାଗର ତତ୍ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଲଘୁଚାପ ରେ ପରିଣତ ହେବ। ଲଘୁଚାପ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ରେ ଡିପ୍ରେଶନ ର ରୂପ ନେବ ଓ ପରବର୍ତ୍ତୀ ୪୮ ଘଣ୍ଟା ରେ ଅର୍ଥାତ୍ ୨୩-୨୪ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ରେ ସାମୁଦ୍ରିକ ବାତ୍ୟା ରେ ପରିଣତ ହେବ। ବାତ୍ୟା ହେଲେ ଏହାର ନାମ ‘ସିତରଙ୍ଗ’ ରଖାଯିବ।କିଛି ମଡେଲ ଙ୍କ ଆକଳନ ଅନୁସାରେ ଏହା ସିଭିଅର ସାଇକ୍ଲୋନ ର ରୂପ ନେଇପାରେ।

ତେବେ ସମ୍ଭାବ୍ୟ ସିଷ୍ଟମ୍ ର ଗତିପଥ, ସର୍ବାଧିକ ତୀବ୍ରତା, ଲ୍ୟାଣ୍ଡଫଲ ସମୟ କଥା ବିଚାର କୁ ନେଲେ ଭିନ୍ନ ଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। ତେବେ ଓଡ଼ିଶା – ପଶ୍ଚିମବଙ୍ଗ ତତ୍ ସଂଲଗ୍ନ ବାଂଲାଦେଶ ଉପକୂଳ ଟାର୍ଗେଟ ରେ ରହିଛନ୍ତି। ଓଡିଶା – ପଶ୍ଚିମବଙ୍ଗ ଉପକୁଳ ଅଧିକ ସମ୍ବେଦନଶୀଳ ରହିଛି। କିନ୍ତୁ କେଉଁ ନିର୍ଦ୍ଧିଷ୍ଟ ଉପକୂଳ ରେ ଏହା ଲ୍ୟାଣ୍ଡ ଫଲ୍ କରିବ ସେ ସମ୍ପର୍କ ରେ ଡିପ୍ରେଶନ ହେବା ପରେ ସ୍ପଷ୍ଟ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରଭାବ ରେ ଓଡ଼ିଶା ରେ ୨୨ ତାରିଖ ପରେ ବର୍ଷା ସମ୍ଭାବନା ରହିଛି। ୨୩-୨୭ ଯାଏଁ ବର୍ଷା ସମ୍ଭାବନା ରହିଛି। ୨୪-୨୬ ମଧ୍ୟରେ ଉପକୂଳ ଓଡ଼ିଶା ରେ ପ୍ରବଳ ଓ କିଛି ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର ଇତ୍ୟାଦି ଜିଲ୍ଲା ପ୍ରଭାବିତ ହୋଇପାରନ୍ତି। ପବନ ର ବେଗ ୫୦ କିମି ଟପିବା ଆଶଙ୍କା ରହିଛି । ପବନ ର ବେଗ କେତେ ରହିବ ତାହା ଗତିପଥ ସ୍ପଷ୍ଟ ପରେ କହିହେବ । ୨୨ ରୁ ସମୁଦ୍ର ମଧ୍ୟରେ ପବନ ର ବେଗ ଅଧିକ ରହିବା ହେତୁ ସମୁଦ୍ର କୁ ନଯିବାକୁ ସର୍ତକ କରାଯାଇଛି।

ପୂର୍ବାନୁମାନ- ସାର୍ଥକ ମିଶ୍ର

Leave A Reply

Your email address will not be published.