ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

୬ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ, ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ

0
  • ଓଡ଼ିଶା- ପଶ୍ଚିମବଙ୍ଗ- ବାଂଲାଦେଶ ଉପକୂଳ ଉପରେ ନଜର !!!

ଭୁବନେଶ୍ବର; ଉତ୍ତର ଆଣ୍ଡମାନ ସାଗର ରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ଓ ଅନୁକୂଳ ସାମୁଦ୍ରିକ ଓ ବାୟୁମଣ୍ଡଳ ବାତାବରଣ ମଧ୍ୟରେ ରହିଛି । ଆସନ୍ତା ୦୬ ଘଣ୍ଟା ମଧ୍ୟରେ ଏହା ଉତ୍ତର ଆଣ୍ଡାମାନ ସାଗର ତତ୍ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଲଘୁଚାପ ରେ ପରିଣତ ହେବ। ଲଘୁଚାପ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ରେ ଡିପ୍ରେଶନ ର ରୂପ ନେବ ଓ ପରବର୍ତ୍ତୀ ୪୮ ଘଣ୍ଟା ରେ ଅର୍ଥାତ୍ ୨୩-୨୪ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ରେ ସାମୁଦ୍ରିକ ବାତ୍ୟା ରେ ପରିଣତ ହେବ। ବାତ୍ୟା ହେଲେ ଏହାର ନାମ ‘ସିତରଙ୍ଗ’ ରଖାଯିବ।କିଛି ମଡେଲ ଙ୍କ ଆକଳନ ଅନୁସାରେ ଏହା ସିଭିଅର ସାଇକ୍ଲୋନ ର ରୂପ ନେଇପାରେ।

ତେବେ ସମ୍ଭାବ୍ୟ ସିଷ୍ଟମ୍ ର ଗତିପଥ, ସର୍ବାଧିକ ତୀବ୍ରତା, ଲ୍ୟାଣ୍ଡଫଲ ସମୟ କଥା ବିଚାର କୁ ନେଲେ ଭିନ୍ନ ଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। ତେବେ ଓଡ଼ିଶା – ପଶ୍ଚିମବଙ୍ଗ ତତ୍ ସଂଲଗ୍ନ ବାଂଲାଦେଶ ଉପକୂଳ ଟାର୍ଗେଟ ରେ ରହିଛନ୍ତି। ଓଡିଶା – ପଶ୍ଚିମବଙ୍ଗ ଉପକୁଳ ଅଧିକ ସମ୍ବେଦନଶୀଳ ରହିଛି। କିନ୍ତୁ କେଉଁ ନିର୍ଦ୍ଧିଷ୍ଟ ଉପକୂଳ ରେ ଏହା ଲ୍ୟାଣ୍ଡ ଫଲ୍ କରିବ ସେ ସମ୍ପର୍କ ରେ ଡିପ୍ରେଶନ ହେବା ପରେ ସ୍ପଷ୍ଟ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରଭାବ ରେ ଓଡ଼ିଶା ରେ ୨୨ ତାରିଖ ପରେ ବର୍ଷା ସମ୍ଭାବନା ରହିଛି। ୨୩-୨୭ ଯାଏଁ ବର୍ଷା ସମ୍ଭାବନା ରହିଛି। ୨୪-୨୬ ମଧ୍ୟରେ ଉପକୂଳ ଓଡ଼ିଶା ରେ ପ୍ରବଳ ଓ କିଛି ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର ଇତ୍ୟାଦି ଜିଲ୍ଲା ପ୍ରଭାବିତ ହୋଇପାରନ୍ତି। ପବନ ର ବେଗ ୫୦ କିମି ଟପିବା ଆଶଙ୍କା ରହିଛି । ପବନ ର ବେଗ କେତେ ରହିବ ତାହା ଗତିପଥ ସ୍ପଷ୍ଟ ପରେ କହିହେବ । ୨୨ ରୁ ସମୁଦ୍ର ମଧ୍ୟରେ ପବନ ର ବେଗ ଅଧିକ ରହିବା ହେତୁ ସମୁଦ୍ର କୁ ନଯିବାକୁ ସର୍ତକ କରାଯାଇଛି।

ପୂର୍ବାନୁମାନ- ସାର୍ଥକ ମିଶ୍ର

Leave A Reply

Your email address will not be published.