ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ଲଗାଣ ବର୍ଷାରେ ଉବୁଟୁବୁ ବେଙ୍ଗାଲୁରୁ

0

ବେଙ୍ଗାଲୁରୁ; ଲଗାଣ ବର୍ଷାରେ ବେହାଲ ହେଲାଣି ଆଇଟି ସିଟି । ପ୍ରବଳ ବର୍ଷା ଯୋଗୁଁ ବେଙ୍ଗାଲୁରୁରେ ଅନେକ ରାସ୍ତାଘାଟ, କଲୋନୀ, ଅଫିସ୍‌ ବୁଡିଯାଇଛି। ତେବେ ପାଣିପାଗ ବିଭାଗ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରିଥିବା ବେଳେ ଆଗକୁ ସ୍ଥିତି ଅଧିକ ହେବାର ଆଶଙ୍କା କରାଯାଉଛି । ଆଗାମୀ ୩ ଦିନ ପାଇଁ ହାଇ ଆଲର୍ଟ ଜାରି କରିଛି ଆଇଏମଡି ।

ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାରେ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଯୋଗୁଁ ବେଙ୍ଗାଲୁରୁ ସହରରର ପୂର୍ବ, ଦକ୍ଷିଣ ଏବଂ କେନ୍ଦ୍ରାଞ୍ଚଳର ଅନେକ ପ୍ରମୁଖ ରାସ୍ତା ଜଳାର୍ଣ୍ଣବ ହୋଇପଡ଼ିଛି। ଫଳରେ ଯାତାୟାତରେ ସମସ୍ୟା ଦେଖାଦେଇଛି। । ଫ୍ଲାଟ୍‌ର ତଳେ ଥିବା ପାର୍କିଂ ଯାଗାରେ ପାଣି ପଶିବାରୁ ଅନେକ ଯାନବାହନ ନଷ୍ଟ ହୋଇଯାଇଛି । ଅଫିସ୍‌ରୁ ଘରକୁ ଫେରୁଥିବା କର୍ମଚାରୀମାନେ ମେଟ୍ରୋ ଷ୍ଟେସନ୍‌ରେ ଆଶ୍ରୟ ନେଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ମାଜେଷ୍ଟିକ୍‌ ନିକଟରେ ପାଚେରି ଧସିପଡ଼ିବାରୁ ରାସ୍ତାରେ ରଖାଯାଇଥିବା କେତେଗୁଡ଼ିଏ ଚାରିଚକିଆ ଯାନ କ୍ଷତିଗ୍ରସ୍ତ ହୋଇଛି। ତେବେ ଗତମାସରେ କ୍ରମାଗତ ୩ ଦିନ ଧରି ଅତି ପ୍ରବଳ ବର୍ଷା ହେବାରୁ ବେଙ୍ଗାଲୁରୁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।

Leave A Reply

Your email address will not be published.