ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଲଗାଣ ବର୍ଷାରେ ଉବୁଟୁବୁ ବେଙ୍ଗାଲୁରୁ

0

ବେଙ୍ଗାଲୁରୁ; ଲଗାଣ ବର୍ଷାରେ ବେହାଲ ହେଲାଣି ଆଇଟି ସିଟି । ପ୍ରବଳ ବର୍ଷା ଯୋଗୁଁ ବେଙ୍ଗାଲୁରୁରେ ଅନେକ ରାସ୍ତାଘାଟ, କଲୋନୀ, ଅଫିସ୍‌ ବୁଡିଯାଇଛି। ତେବେ ପାଣିପାଗ ବିଭାଗ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରିଥିବା ବେଳେ ଆଗକୁ ସ୍ଥିତି ଅଧିକ ହେବାର ଆଶଙ୍କା କରାଯାଉଛି । ଆଗାମୀ ୩ ଦିନ ପାଇଁ ହାଇ ଆଲର୍ଟ ଜାରି କରିଛି ଆଇଏମଡି ।

ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାରେ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଯୋଗୁଁ ବେଙ୍ଗାଲୁରୁ ସହରରର ପୂର୍ବ, ଦକ୍ଷିଣ ଏବଂ କେନ୍ଦ୍ରାଞ୍ଚଳର ଅନେକ ପ୍ରମୁଖ ରାସ୍ତା ଜଳାର୍ଣ୍ଣବ ହୋଇପଡ଼ିଛି। ଫଳରେ ଯାତାୟାତରେ ସମସ୍ୟା ଦେଖାଦେଇଛି। । ଫ୍ଲାଟ୍‌ର ତଳେ ଥିବା ପାର୍କିଂ ଯାଗାରେ ପାଣି ପଶିବାରୁ ଅନେକ ଯାନବାହନ ନଷ୍ଟ ହୋଇଯାଇଛି । ଅଫିସ୍‌ରୁ ଘରକୁ ଫେରୁଥିବା କର୍ମଚାରୀମାନେ ମେଟ୍ରୋ ଷ୍ଟେସନ୍‌ରେ ଆଶ୍ରୟ ନେଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ମାଜେଷ୍ଟିକ୍‌ ନିକଟରେ ପାଚେରି ଧସିପଡ଼ିବାରୁ ରାସ୍ତାରେ ରଖାଯାଇଥିବା କେତେଗୁଡ଼ିଏ ଚାରିଚକିଆ ଯାନ କ୍ଷତିଗ୍ରସ୍ତ ହୋଇଛି। ତେବେ ଗତମାସରେ କ୍ରମାଗତ ୩ ଦିନ ଧରି ଅତି ପ୍ରବଳ ବର୍ଷା ହେବାରୁ ବେଙ୍ଗାଲୁରୁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।

Leave A Reply

Your email address will not be published.