ପ୍ରମୁଖ ଖବର

ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ପୁରୀରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା
ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟି ଟଙ୍କାର ମରିଜୁଆନା ଜବତ
ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ମୃତ

୧୭ ଲକ୍ଷ ଦୀପରେ ଝଲସିବ ରାମନଗରୀ

0

ଅଯୋଧ୍ୟା; ଦିପାବଳୀରେ ଆଲୋକ ମାଳରେ ଝଲସିବ ରାମନଗରୀ। ଚଳିତ ବର୍ଷ ଦୀପୋତ୍ସବରେ ୧୭ ଲକ୍ଷରୁ ଅଧିକ ଦୀପ ଜଳିବ ଅଯୋଧ୍ୟାରେ । ଏଥିପାଇଁ ସରକାରଙ୍କ ତରଫରୁ ୧୭.୫୦ ଲକ୍ଷ ଦିପ କିଣାଯାଇଛି । ଏହି ଦୀପକୁ ଜଳାଇବା ପାଇଁ ସରକାର ୩ହଜାର ୫୦୦ ଲିଟର ସୋରିଶ ତେଲ କିଣିଛନ୍ତି । ତେବେ ଦିପାବଳୀରେ ଷଷ୍ଠଥର ପାଇଁ ରାମ ନଗରୀରେ ଦୀପୋତ୍ସବ ମହା ସମାରୋହରେ ପାଳିତ ହେବାକୁ ଯାଉଛି । ଚଳିତବର୍ଷ ଏହି ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ପ୍ରଥମେ ୨୦୧୭ ମସିହାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମ ଥର ପାଇଁ ଅଯୋଧ୍ୟାରେ ଦୀପୋତ୍ସବ ଆରମ୍ଭ କରିଥିଲେ । ସେପଟେ ଦୀପୋତ୍ସବରେ ପାଖାପାଖି ୨୨ ହଜାର ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି । ଅଯୋଧ୍ୟାରେ ପୂର୍ବରୁ ୩୨ ଟି ଘାଟରେ ଦୀପ ଜଳା ଯାଉଥିବା ବେଳେ ଚଳିତ ବର୍ଷ ୪୦ ଟି ଘାଟରେ ଦୀପ ଜଳାଯିବା ନେଇ ଆୟୋଜନ କରାଯାଇଛି ।

Leave A Reply

Your email address will not be published.