ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

୧୭ ଲକ୍ଷ ଦୀପରେ ଝଲସିବ ରାମନଗରୀ

0

ଅଯୋଧ୍ୟା; ଦିପାବଳୀରେ ଆଲୋକ ମାଳରେ ଝଲସିବ ରାମନଗରୀ। ଚଳିତ ବର୍ଷ ଦୀପୋତ୍ସବରେ ୧୭ ଲକ୍ଷରୁ ଅଧିକ ଦୀପ ଜଳିବ ଅଯୋଧ୍ୟାରେ । ଏଥିପାଇଁ ସରକାରଙ୍କ ତରଫରୁ ୧୭.୫୦ ଲକ୍ଷ ଦିପ କିଣାଯାଇଛି । ଏହି ଦୀପକୁ ଜଳାଇବା ପାଇଁ ସରକାର ୩ହଜାର ୫୦୦ ଲିଟର ସୋରିଶ ତେଲ କିଣିଛନ୍ତି । ତେବେ ଦିପାବଳୀରେ ଷଷ୍ଠଥର ପାଇଁ ରାମ ନଗରୀରେ ଦୀପୋତ୍ସବ ମହା ସମାରୋହରେ ପାଳିତ ହେବାକୁ ଯାଉଛି । ଚଳିତବର୍ଷ ଏହି ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ପ୍ରଥମେ ୨୦୧୭ ମସିହାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମ ଥର ପାଇଁ ଅଯୋଧ୍ୟାରେ ଦୀପୋତ୍ସବ ଆରମ୍ଭ କରିଥିଲେ । ସେପଟେ ଦୀପୋତ୍ସବରେ ପାଖାପାଖି ୨୨ ହଜାର ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି । ଅଯୋଧ୍ୟାରେ ପୂର୍ବରୁ ୩୨ ଟି ଘାଟରେ ଦୀପ ଜଳା ଯାଉଥିବା ବେଳେ ଚଳିତ ବର୍ଷ ୪୦ ଟି ଘାଟରେ ଦୀପ ଜଳାଯିବା ନେଇ ଆୟୋଜନ କରାଯାଇଛି ।

Leave A Reply

Your email address will not be published.