ପ୍ରମୁଖ ଖବର

ରାଜ୍ୟ କ୍ୟାବିନେଟରେ ୪ ପ୍ରସ୍ତାବକୁ ଅନୁମୋଦନ
ପାଣି ଛାଡୁ ଛାଡୁ ମିଳିବ କ୍ଷତିପୂରଣ : ରାଜସ୍ବ ମନ୍ତ୍ରୀ
ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ମିଳିବ ୨୦୨୫ ଜାତୀୟ ଶିକ୍ଷକ ପୁରସ୍କାର
ଖୁବ୍‌ଶୀଘ୍ର ସମ୍ପ୍ରସାରଣ ହେବ ଭୁବନେଶ୍ୱର ବିମାନବନ୍ଦର
ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ହେବ ୮ ଲେନ୍‌ : ମନ୍ତ୍ରୀ
ରାଜ୍ୟରେ କେହି ଭୂମିହୀନ ରହିବେ ନାହିଁ: ରାଜସ୍ୱ ମନ୍ତ୍ରୀ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପୁଲିସ୍ ଏସ୍ଆଇ
ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ରାଜ୍ୟପାଳ

ସେନା ହେଲିକପ୍ଟର ‘ରୁଦ୍ର’ ଦୁର୍ଘଟଣାଗ୍ରସ୍ତ

0

ଅରୁଣାଚଳ ପ୍ରଦେଶ; ଅରୁଣାଚଳ ପ୍ରଦେଶରେ ଘଟିଲା ଏକ ବଡ ଦୁର୍ଘଟଣା । ପୁଣି ଏକ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଶୁକ୍ରବାର ଅରୁଣାଚଳ ପ୍ରଦେଶର ଅପର ସିଆଙ୍ଗ ଜିଲ୍ଲାରେ ସେନାର ଅତ୍ୟାଧୁନିକ ହାଲୁକା ହେଲିକପ୍ଟର ‘ରୁଦ୍ର’ କ୍ରାଶ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ମିଗିଙ୍ଗ ଜିଲ୍ଲାରେ ଏହି ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ସ୍ଥାନଟି ଟ୍ୟୁଟିଂ ହେଡକ୍ବାଟରଠାରୁ ୨୫ କିଲୋମିଟର ଦୂରରେ ରହିଛି । ତେବେ ଘଟଣାସ୍ଥଳକୁ ସ୍ଥଳପଥରେ କୌଣସି ଯୋଗାଯୋଗ ନଥିବା ସେନା ପକ୍ଷରୁ କୁହାଯାଇଛି। ତେବେ ଏକ ଉଦ୍ଧାରକାରୀ ଦଳକୁ ସେଠାକୁ ପଠାଯିବା ସହ ସର୍ଚ୍ଚ ଅପରେସନ ଜାରି ରହିଛି । ସୂଚନା ଅନୁଯାୟୀ ରୁଦ୍ର ହେଉଛି ସେନାର ଏକ ଅତ୍ୟାଧୁନିକ ହାଲୁକା ହେଲିକପ୍ଟର | ଅରୁଣାଚଳ ପ୍ରଦେଶରେ ହୋଇଥିବା ସେନା ହେଲିକାପ୍ଟର ଦୁର୍ଘଟଣାସ୍ଥଳରୁ ଏପର୍ଯ୍ୟନ୍ତ ୨ଟି ମୃତଦେହ ଉଦ୍ଧାର କରାଯାଇଛି । ହେଲିକପ୍ଟରରେ ଥିବା ଅନ୍ୟମାନଙ୍କ ତଲାସି ଜାରି ରହିଛି ହେଲିକପ୍ଟରରେ ପାଇଲଟଙ୍କୁ ମିଶାଇ ମୋଟ ୫ ଜଣ ସେନା କର୍ମଚାରୀ ଥିଲେ ।

Leave A Reply

Your email address will not be published.