ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ଆଖି ବୁଜିଲା ବାଘୁଣୀ ‘ବିଜୟା’

0

ଭୁବନେଶ୍ବର; ଆଖି ବୁଜିଲା ନନ୍ଦନକାନନରେ ଥିବା ବାଘୁଣୀ ‘ବିଜୟା’ । ସେ ଗତ ୯ ତାରିଖରେ କୌଣସି କାରଣକୁ ନେଇ ଅସୁସ୍ଥ ହୋଇ ପଡ଼ିଥିଲା। ୧୪ତାରିଖରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସ୍ଵତନ୍ତ୍ର ଏନକ୍ଲୋଜର ଭିତରରେ ରଖି ତାର ପରୀକ୍ଷା ନିରୀକ୍ଷା ସହ ଚିକିତ୍ସା କରୁଥିଲେ ନନ୍ଦନକାନନ ଓ ଓୟୁଏଟିର ସ୍ଵତନ୍ତ୍ର ୪ଜଣିଆ ଡାକ୍ତରୀ ଦଳ । ହେଲେ ଡାକ୍ତରୀ ଦଳ ତା’ ଜୀବନ ରକ୍ଷା କରିବାରେ ବିଫଳ ହୋଇଛନ୍ତି।

ମୃତ୍ୟୁ ବେଳକୁ ତା’ର ବୟସ ପ୍ରାୟ ୧୨ବର୍ଷ ହୋଇଥିଲା । ଶେଷ ଥର ୩ଟି ଶବକ ଜନ୍ମ କରିବା ପରେ ସେ ଅସୁସ୍ଥ ହୋଇଥିଲା। ଏହି ସମୟରେ ଚିକିତ୍ସା ପାଇ ସୁସ୍ଥ ହୋଇଥିଲା। ହେଲେ ହଠାତ୍ ପୁନଃ ଅସୁସ୍ଥତା ସହ ତାର ମୃତ୍ୟୁ ହୋଇଛି । ତେବେ କେଉଁ କାରଣରୁ ମୃତ୍ୟୁ ହୋଇଛି ବ୍ୟବଚ୍ଛେଦ ପରେ ଜଣା ପଡ଼ିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି । ‘ବିଜୟା’ ମୃତ୍ୟୁ ପରେ ନନ୍ଦନକାନନରେ ୨୫ରେ ପହଞ୍ଚିଛି ବାଘ ସଂଖ୍ୟା ।

Leave A Reply

Your email address will not be published.