ପ୍ରମୁଖ ଖବର

ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍
ଆତ୍ମସମର୍ପଣ କଲେ ୩୧ ମାଓବାଦୀ
ବାଲେଶ୍ୱର ଜିଲାରେ ଥିବା ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଏକ କାର୍ ଭିତରୁ ୧୩୦ କିଲୋ ଗଞ୍ଜେଇ ଜବତ
ପଞ୍ଜାବର ଜଳନ୍ଧରରେ ଭାଜପା ନେତା ମନୋରଞ୍ଜନ କାଳିଆଙ୍କ ଘର ବାହାରେ ଏକ ବିସ୍ଫୋରଣ

୪୮ ଘଣ୍ଟା ମଧ୍ୟରେ ଉପକୂଳ ଓ ଉତ୍ତର ଓଡ଼ିଶା ରେ ବର୍ଷା ସମ୍ଭାବନା!

0

ଭୁବନେଶ୍ବର; ସକାଳ ୬.୦୦ ରେ ଉପଗ୍ରହ ରୁ ଉତ୍ତୋଳନ କରାଯାଇଥିବା ପାଣିପାଗ ଚିତ୍ର ଦର୍ଶାଉଛି ଯେ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ରେ ଡିପ୍ରେଶନ ସକ୍ରିୟ ରହିଛି । ଏହି କ୍ଷେତ୍ର ଆସନ୍ତା ୦୬ ଘଣ୍ଟା ମଧ୍ୟରେ ଡିପ ଡିପ୍ରେଶନ ରେ ପରିଣତ ହେବ ଏବଂ ଗତିପଥ ପରିବର୍ତ୍ତନ କରି ଉତ୍ତର- ଉତ୍ତର ପୂର୍ବ ଦିଗ ରେ ଗତି କରି ଆସନ୍ତା କାଲି ସକାଳ ସୁଦ୍ଧା ରେ ବାତ୍ୟା ରେ ପରିଣତ ହେବ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହି କ୍ଷେତ୍ର ଭୀଷଣ ବାତ୍ୟା ର ରୂପ ନେଇପାରେ। ଏହି କ୍ଷେତ୍ର ୨୫ ଅକ୍ଟୋବର ସକାଳେ ବାଂଲାଦେଶ ଉପକୂଳ ଅତିକ୍ରମ କରିବ।

ଓଡ଼ିଶା ରେ ଏହି କ୍ଷେତ୍ର ପ୍ରଭାବ ରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ଓ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ରେ ଆକାଶ ମେଘାଚ୍ଛନ୍ନ ରହିବା ସହ ପୁରୀ, ଜଗତସିଂପୁର, କେନ୍ଦ୍ରାପଡ଼ା ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ବର୍ଷା ସମ୍ଭାବନା ରହିଛି। କିଛି ଅଞ୍ଚଳ ରେ ପ୍ରବଳ ବର୍ଷା ହୋଇପାରେ। ପବନ ର ବେଗ ଏହି ସମୟ ରେ ୩୫-୪୫ କିମି ରହିପାରେ ।

ସେହିପରି ଆସନ୍ତା କାଲି ଉପକୂଳ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ସମେତ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ଆକାଶ ମେଘୁଆ ରହିବା ସହ ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ। ଉତ୍ତର ଉପକୂଳ ଓଡ଼ିଶା ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉତ୍ତର ଉପକୂଳ ରେ ପବନ ର ବେଗ ୪୦-୫୦ କିମି ରହିପାରେ । ବାଲେଶ୍ୱର ଜିଲ୍ଲା ରେ ପବନ ର ବେଗ ୫୦-୬୦କିମି ରହିପାରେ। ଓଡ଼ିଶା ଉପକୂଳ ସମୁଦ୍ର ଏହି ସମୟ ରେ ଅତ୍ୟନ୍ତ ଅଶାନ୍ତ ରହିବ ତେଣୁ ୨୫ ତାରିଖ ରାତି ଯାଏଁ ସମୁଦ୍ର କୁ ଯିବା ମନା।

ପୂର୍ବାନୁମାନ- ସାର୍ଥକ ମିଶ୍ର

Leave A Reply

Your email address will not be published.