ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ରାଜଧାନୀ ଦିଲ୍ଲୀରେ ବଢିଲା ବାୟୁ ପ୍ରଦୂଷଣ

0

ନୂଆଦିଲ୍ଲୀ; ବିଷବଳୟ ମଧ୍ୟରେ ଛନ୍ଦି ହେଲାଣି ରାଜଧାନୀ ଦିଲ୍ଲୀ। ଦୀପାବଳି ପରେ ବଢିଲା ବାୟୁ ପ୍ରଦୂଷଣ । ଏଥିପାଇଁ ଅଣନିଶ୍ବାସୀ ହୋଇପଡିଛନ୍ତି ଦିଲ୍ଲୀବାସୀ । ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ସତ୍ତ୍ବେ ବାଣ ଧୂଆଁରେ ବିଷାକ୍ତ ହୋଇଛି ରାଜଧାନୀର ପବନ । ଦିଲ୍ଲୀ ପ୍ରଦୂଷଣ କଣ୍ଟ୍ରୋଲ କମିଟି ରିପୋର୍ଟ ମୁତାବକ ଜାହାଙ୍ଗିରପୁରୀରେ ବାୟୁ ଗୁଣାବତ୍ତା ସୂଚକାଙ୍କ ସାମାନ୍ୟଠାରୁ ୧୦ଗୁଣା ଖରାପ ହୋଇଛି । ଆଜି ସକାଳୁ ରାଜଧାନୀର ଏକ୍ୟୁଆଇ ୩୪୨ ରେକର୍ଡ ହୋଇଛି । ନୋଏଡାରେ ବି ଏକ୍ୟୁଆଇ ୩୪୨ ରିପୋର୍ଟ ହୋଇଛି ।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଗତ ସପ୍ତାହରେ ଦୀପାବଳିରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଯଦି ଏହି ନିୟମ କେହି ଉଲ୍ଲଙ୍ଘନ କରନ୍ତି ତେବେ ଉକ୍ତ ବ୍ୟକ୍ତିଙ୍କୁ ୬ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ। ଏଥିସହ ୨୦୦ ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ତେବେ ଗତକାଲି ଦିଲ୍ଲୀବାସୀ ଏହାକୁ ଖାତିର କରିନାହାନ୍ତି। ସୋମବାର ସନ୍ଧ୍ୟାରୁ ହିଁ ସହରର ବିଭିନ୍ନ ସ୍ଥାନରେ ଲୋକେ ବାଣ ଫୁଟାଇବା ଆରମ୍ଭ କରିଥିଲେ। ଦକ୍ଷିଣ ଦିଲ୍ଲୀର ଇଷ୍ଟ ଅଫ୍ କୈଳାଶ, ନେହରୁ, ମୁଲଚନ୍ଦ ସମେତ ଅନ୍ୟ ଅଞ୍ଚଳରେ ପ୍ରବଳ ବାଣ ଫୁଟାଇଥିଲେ ଦିଲ୍ଲୀବାସୀ।

ସେପଟେ ପ୍ରଦୂଷଣ ମାତ୍ରା କମାଇବା ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହେବ । ‘ରେଡ ଲାଇଟ ଅନ୍, ଗାଡି ଅଫ୍’ ଅଭିଯାନ ଆରମ୍ଭ କରିବେ ଦିଲ୍ଲୀ ସରକାର । ଏହି ନିୟମ ଅନୁଯାୟୀ ଟ୍ରାଫିକରେ ରେଡ ଲାଇଟ ଥିଲେ ଗାଡ଼ି ଷ୍ଟାର୍ଟ ବନ୍ଦ କରିବାକୁ । ଯାହା ଫଳରେ କିଛି ମାତ୍ରାରେ ବାୟୁ ପ୍ରଦୂଷଣ କୁ ନିୟନ୍ତ୍ରଣ କରିହେବା ନେଇ ବିଶେଷଜ୍ଞ ଆକଳନ କରିଛନ୍ତି।

Leave A Reply

Your email address will not be published.