ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ରାଜଧାନୀ ଦିଲ୍ଲୀରେ ବଢିଲା ବାୟୁ ପ୍ରଦୂଷଣ

0

ନୂଆଦିଲ୍ଲୀ; ବିଷବଳୟ ମଧ୍ୟରେ ଛନ୍ଦି ହେଲାଣି ରାଜଧାନୀ ଦିଲ୍ଲୀ। ଦୀପାବଳି ପରେ ବଢିଲା ବାୟୁ ପ୍ରଦୂଷଣ । ଏଥିପାଇଁ ଅଣନିଶ୍ବାସୀ ହୋଇପଡିଛନ୍ତି ଦିଲ୍ଲୀବାସୀ । ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ସତ୍ତ୍ବେ ବାଣ ଧୂଆଁରେ ବିଷାକ୍ତ ହୋଇଛି ରାଜଧାନୀର ପବନ । ଦିଲ୍ଲୀ ପ୍ରଦୂଷଣ କଣ୍ଟ୍ରୋଲ କମିଟି ରିପୋର୍ଟ ମୁତାବକ ଜାହାଙ୍ଗିରପୁରୀରେ ବାୟୁ ଗୁଣାବତ୍ତା ସୂଚକାଙ୍କ ସାମାନ୍ୟଠାରୁ ୧୦ଗୁଣା ଖରାପ ହୋଇଛି । ଆଜି ସକାଳୁ ରାଜଧାନୀର ଏକ୍ୟୁଆଇ ୩୪୨ ରେକର୍ଡ ହୋଇଛି । ନୋଏଡାରେ ବି ଏକ୍ୟୁଆଇ ୩୪୨ ରିପୋର୍ଟ ହୋଇଛି ।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଗତ ସପ୍ତାହରେ ଦୀପାବଳିରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଯଦି ଏହି ନିୟମ କେହି ଉଲ୍ଲଙ୍ଘନ କରନ୍ତି ତେବେ ଉକ୍ତ ବ୍ୟକ୍ତିଙ୍କୁ ୬ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ। ଏଥିସହ ୨୦୦ ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ତେବେ ଗତକାଲି ଦିଲ୍ଲୀବାସୀ ଏହାକୁ ଖାତିର କରିନାହାନ୍ତି। ସୋମବାର ସନ୍ଧ୍ୟାରୁ ହିଁ ସହରର ବିଭିନ୍ନ ସ୍ଥାନରେ ଲୋକେ ବାଣ ଫୁଟାଇବା ଆରମ୍ଭ କରିଥିଲେ। ଦକ୍ଷିଣ ଦିଲ୍ଲୀର ଇଷ୍ଟ ଅଫ୍ କୈଳାଶ, ନେହରୁ, ମୁଲଚନ୍ଦ ସମେତ ଅନ୍ୟ ଅଞ୍ଚଳରେ ପ୍ରବଳ ବାଣ ଫୁଟାଇଥିଲେ ଦିଲ୍ଲୀବାସୀ।

ସେପଟେ ପ୍ରଦୂଷଣ ମାତ୍ରା କମାଇବା ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହେବ । ‘ରେଡ ଲାଇଟ ଅନ୍, ଗାଡି ଅଫ୍’ ଅଭିଯାନ ଆରମ୍ଭ କରିବେ ଦିଲ୍ଲୀ ସରକାର । ଏହି ନିୟମ ଅନୁଯାୟୀ ଟ୍ରାଫିକରେ ରେଡ ଲାଇଟ ଥିଲେ ଗାଡ଼ି ଷ୍ଟାର୍ଟ ବନ୍ଦ କରିବାକୁ । ଯାହା ଫଳରେ କିଛି ମାତ୍ରାରେ ବାୟୁ ପ୍ରଦୂଷଣ କୁ ନିୟନ୍ତ୍ରଣ କରିହେବା ନେଇ ବିଶେଷଜ୍ଞ ଆକଳନ କରିଛନ୍ତି।

Leave A Reply

Your email address will not be published.