ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

୫୦ ବର୍ଷରେ ପାଦ ଦେଲା ଧଉଳି ଶାନ୍ତିସ୍ତୂପ

0

ଭୁବନେଶ୍ବର; ଆଜି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ । ୫୦ ବର୍ଷ ପୂର୍ତ୍ତି ଅବସରରେ ସଜେଇ ହୋଇଛି ଶାନ୍ତିସ୍ତୂପ ଧଉଳି। ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ସାମିଲ ହୋଇଛନ୍ତି ଦେଶ ବିଦେଶର ଶତାଧିକ ବୌଦ୍ଧ ସନ୍ୟାସୀ । ବିଶ୍ୱଶାନ୍ତି ଉଦ୍ଦେଶ୍ୟରେ ବୌଦ୍ଧ ସାଧୁ ସନ୍ଥଙ୍କ ଶାନ୍ତିମନ୍ତ୍ରରେ କମ୍ପୁଛି ପରିବେଶ। ଉତ୍ସବରେ ଦେଶ ବିଦେଶରୁ ବହୁ ବୌଦ୍ଧ ସନ୍ୟାସୀ ଯୋଗଦେଇଛନ୍ତି । ଜାପାନରୁ ୩୯, ଆମେରିକାରୁ ୧୦ ଜଣ ସନ୍ୟାସୀ ଯୋଗଦେଇଛନ୍ତି । ଶାନ୍ତି ପୂଜାର୍ଚ୍ଚନା ପାଇଁ ସକାଳ ୮ରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପ୍ରବେଶ ଉପରେ ଲାଗିଛି କଟକଣା ।

ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଦିନ ୧୦ଟା ୩୦ରେ ଶାନ୍ତିସ୍ତୁପରେ ବୌଦ୍ଧ ସନ୍ୟାସୀମାନେ ସମୂହ ପ୍ରାର୍ଥନା ସଭାରେ ସାମିଲ ହେବେ । ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ତିଆରି ହାଇଥିବା ଲିଫ୍ଟର ଉଦଘାଟନ କରିବେ ।

ଅନ୍ୟପକ୍ଷରେ ଆଜିଠୁ ଧଉଳିରେ ପୁଣି ଆରମ୍ଭ ହେବ ଲାଇଟ ଆଣ୍ଡ ସାଉଣ୍ଡ ଶୋ’ । ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଲିଫ୍ଟର ବ୍ୟବସ୍ଥା କରାଯାଇଛି । ଧଉଳିର ମରାମତି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ପ୍ରାୟ ଦୁଇ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.