ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଧବଳେଶ୍ୱର ଝୁଲା ପୋଲ ଉପରେ ଲାଗିଲା କଟକଣା

0

ଆଠଗଡ; ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ଥିବା ଝୁଲା ପୋଲ ଉପରେ ଲାଗିଲା କଟକଣା । ତେବେ ଏହାର ଯାଞ୍ଚ ପାଇଁ ଏଡିଏମ ଙ୍କ ନେତୃତ୍ୱରେ ଏକ ଟିମ ଆଜି ଧବଳେଶ୍ବର ଗ୍ରସ୍ତ କରିବେ। ଆଜି ରାତିଠାରୁ ଆସନ୍ତାକାଲି ଝୁଲା ପୋଲ ବନ୍ଦ ରହିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି। ଅଧିକ ଲୋକ ଯାତାୟାତ ଉପରେ କଟକଣାବି ଲାଗୁ କରାଯାଇଛି। ସେହିପରି ଆସନ୍ତାବର୍ଷ ମଧ୍ୟରେ ନୂତନ ପୋଲର କାର୍ଯ୍ୟ ଶେଷ ହେଲେ ଭକ୍ତମାନେ ଉପକୃତ ହେବେ।

ଧବଳେଶ୍ୱର ଝୁଲା ପୋଲ କ୍ଷମତା କମିଥିବା ନେଇ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏକାସଙ୍ଗରେ ଧବଳେଶ୍ୱର ଝୁଲା ପୋଲରେ କେବଳ ୨୦୦ ଶ୍ରଦ୍ଧାଳଙ୍କୁ ଅନୁମତି ପ୍ରଦାନ କରାଯାଇଛି। କାର୍ତ୍ତିକ ଅବସରରେ ପ୍ରତିଦିନ ହଜାର ହଜାର ଲୋକଙ୍କ ସମାଗମ ହେଉଥିବାବେଳେ ବ୍ରିଜର କ୍ଷମତା ଅନୁସାରେ ଲୋକଙ୍କୁ ଛଡ଼ା ଯାଉଛି । ଦିନକରେ ଝୁଲା ପୋଲରେ ୧୫ରୁ ୨୦ ହଜାର ଲୋକ ଯାତାୟାତ କରୁଥିଲେ । ୩ ମାସ ମଧ୍ୟରେ ସ୍ଥାୟୀ ବ୍ରିଜ୍‌ କାମ ସରିବାକୁ ଥିବା ବେଳେ ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଆଠଗଡ଼ ଉପଜିଲ୍ଲାପାଳ ନିବେଦନ କରିଛନ୍ତି। ସେପଟେ ଝୁଲା ପୋଲର ଯାଞ୍ଚ କରିଛନ୍ତି କୋଲକାତାରୁ ଆସିଥିବା ଟେକ୍ନିକାଲ୍‌ ଟିମ୍‌ ।

ସୂଚନା ଅନୁଯାୟୀ ଗୁଜୁରାଟର ମୋର୍ବିରେ ମାଛୁ ନଦୀ ଉପରେ ଥିବା ଝୁଲା ପୋଲ ଭୁଶୁଡ଼ିବା ପରେ ସଚେତନ ହୋଇଛି ପ୍ରଶାସନ। ତେବେ ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୩୨ ରେ ପହଞ୍ଚିଛି । ନଦୀରେ ୧୦୦ରୁ ଅଧିକ ଭାସି ଯାଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ୧୭୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏହାସହ ଏବେ ବି ସର୍ଚ୍ଚ ଅପରେସନ୍‌ ଜାରି ରହିଛି ।

Leave A Reply

Your email address will not be published.