ପ୍ରମୁଖ ଖବର

ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ପୁରୀରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା
ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟି ଟଙ୍କାର ମରିଜୁଆନା ଜବତ
ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ମୃତ

ଟ୍ୱିଟରର ନୂଆ ବସ୍ ଆଣିଲେ ନୂଆ ନିୟମ

0

ନୂଆଦିଲ୍ଲୀ; ନିକଟରେ ଟ୍ୱିଟରର ମାଲିକାନା ହାତେଇଥିବା ଏଲନ ମସ୍କ ଏହି ନୂଆ ନିୟମ କରିଛନ୍ତି। ଟ୍ୱିଟରର ବ୍ଲୁଟିକ୍‌, ଏବେ ୟୁଜରଙ୍କ ପାଇଁ ମହଙ୍ଗା ହୋଇଛି। ଏଣିକି ବ୍ଲୁ–ଟିକ୍‌ ବ୍ୟବହାରକାରୀଙ୍କୁ ମାସିକ ଦେୟ ହିସାବରେ ଦେବାକୁ ପଡ଼ିବ ୬୬୧.୭୨ ଟଙ୍କା । ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ୱିଟରର ଭେରିଫାଏଡ୍‌ ଆକାଉଣ୍ଟ ଭାବେ ବିବେଚିତ ହେଉଥିବା ବ୍ଲୁଟିକ୍ ପାଇବା ପାଇଁ ଯେଉଁମାନେ ଚାହିଁବେ ତାଙ୍କୁ ମାସକୁ ୮ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୬୬୧.୭୨ ଟଙ୍କା ଦେବାକୁ ପଡ଼ିବ ।

ଅନ୍ୟପଟେ ଯେଉଁମାନଙ୍କର ବ୍ଲୁ-ଟିକ୍‌ ନାହିଁ ସେମାନଙ୍କୁ ମୁର୍ଖ କହି ଥଟ୍ଟା କରିଛନ୍ତି ମସ୍କ। ସେମାନେ ଅଜଥା ଟ୍ୱିଟରରେ ବୋଝ ହେଉଛନ୍ତି। ବ୍ଲୁଟିକ୍ ହେଉଛି ଲୋକଙ୍କ ପାଇଁ ଶକ୍ତି ବୋଲି ମସ୍କ ଟ୍ୱିଟ୍‌ କରି କହିଛନ୍ତି। ଟ୍ୱିଟରକୁ ଫେକ ଆକାଉଣ୍ଟ ହଟାଇ ସ୍ୱଚ୍ଛ କରିବା ଅଭିଯାନରେ ଅଛନ୍ତି ମସ୍କ। ଆଗକୁ ସେ ଟ୍ୱିଟରେରେ ବିଜ୍ଞାପନକୁ ପ୍ରାଧାନ୍ୟ ଦେଇ ବ୍ୟବସାୟିକ ଲକ୍ଷରେ ଅଛନ୍ତି। ଯେଉଁଥିପାଇଁ ୟୁଜରମାନେ ମଧ୍ୟ ଏହା ମାଧ୍ୟମରେ ଲାଭବାନ ହୋଇପାରିବେ।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଟେସଲା ମୁଖ୍ୟ ଏଲନ ମସ୍କ ୪୪ ବିଲିୟନ ଆମେରିକୀୟ ଡଲାରରେ ସୋସିଆଲ ମିଡିଆ ଫ୍ଲାଟଫର୍ମ ଟ୍ୱିଟରକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ମସ୍କ ଟ୍ୱିଟର ଅଧିଗ୍ରହଣ କରିବା ପରେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କ ସହ ଅନ୍ୟ କେତେକ ଅଧିକାରୀଙ୍କୁ ବିଦା କରିଦେଇଛନ୍ତି। କୁହାଯାଉଛି କି ଆଗକୁ ୭୫ ପ୍ରତିଶତ କର୍ମଚାରୀଙ୍କୁ ବିଦା କରିବେ ।

Leave A Reply

Your email address will not be published.