ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ଡିଜ୍‌ନୀ ଲ୍ୟାଣ୍ଡରେ ହଜାର ହଜାର ଲୋକ ବନ୍ଦୀ

0

ସାଘାଂଇ; କରୋନା ଆକ୍ରାନ୍ତ ଚିହ୍ନଟ ହେବା ପଡିଲା ମହଙ୍ଗା । ଜଣଙ୍କ ପାଇଁ ହଜାର ହଜାର ଲୋକ ବନ୍ଦୀ ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଚୀନ୍‌ର ଶାଙ୍ଘାଇରେ । ଡିଜ୍‌ନୀ ଲ୍ୟାଣ୍ଡ ବୁଲିବାକୁ ଆସିଥିବା ଜଣେ ମହିଳା କରୋନା ପଜିଟିଭ ଚିହ୍ନଟ ହେବା ପରେ ପାର୍କରେ ଥିବା ସମସ୍ତ ଯାତ୍ରୀଙ୍କୁ ସେଠାରେ ହିଁ ତାଲା ପକାଇ ରଖାଯାଇଛି ।

ଚୀନ୍‌ରେ କରୋନା ମହାମାରୀ ଆତଙ୍କ ଜାରି ରଖିଥିବାରୁ ଡିଜ୍‌ନୀ ପାର୍କରୁ ଜଣେ ସଂକ୍ରମିତ ଚିହ୍ନଟ ହେବାରୁ ଆତଙ୍କ ଖେଳି ଯାଇଛି । ଯାହା ଫଳରେ ଚୀନ୍‌ର ଅଧିକାରୀମାନେ ଡିଜ୍‌ନୀ ପାର୍କର ଗେଟ୍‌ରେ ତାଲା ପକାଇ ଦେବାରୁ ହଜାର ହଜାର ଯାତ୍ରୀ ବନ୍ଦୀ ହୋଇଯାଇଛନ୍ତି । ସମସ୍ତ ଯାତ୍ରୀଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ହିଁ ବାହାରକୁ ଛଡାଯିବ ବୋଲି ଚୀନ୍ ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି ।

ସେପଟେ ରଏଟର୍ସର ରିପୋର୍ଟ ଅନୁଯାୟୀ, ଗୁରୁବାର ଠାରୁ ଶାଙ୍ଘାଇ ସହର ବାସିନ୍ଦା କାମକୁ ଯାଇପାରିବେ ନାହିଁ କି ସେମାନଙ୍କ ପିଲାମାନେ ସ୍କୁଲ ଯାଇପାରିବେ ନାହିଁ ବୋଲି ଚୀନ୍ ଅଧିକାରୀମାନେ କହିଛନ୍ତି । ଏମାନଙ୍କ ଆସନ୍ତା ତିନି ଦିନ ମଧ୍ୟରେ ନିଜ ନିଜର କରୋନା ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁଯାୟୀ ଗତ ସପ୍ତାହରେ ଚୀନ୍‌ର ୨୮ଟି ସହରରେ ଲକ୍‌ଡାଉନ୍ ଘୋଷଣା କରାଯାଇଛି । ଏଥିଲାଗି ୨୦.୮ କୋଟି ଜନସଂଖ୍ୟା ପ୍ରଭାବିତହୋଇଛନ୍ତି। ଚୀନରେ ଅଗଷ୍ଟ ୧୭ ପର ଠାରୁ ଅକ୍ଟୋବର ୧ ମଧ୍ୟରେ ସର୍ବାଧିକ କରୋନା ସଂକ୍ରମିତ ମାମଲା ସାମ୍ନକୁ ଆସିଛି। ଏଥିପାଇଁ ଏଠାରେ କରୋନା କଟକଣାକୁ କଡାକଡି କରାଯାଇଛି।

Leave A Reply

Your email address will not be published.