ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଡିଜ୍‌ନୀ ଲ୍ୟାଣ୍ଡରେ ହଜାର ହଜାର ଲୋକ ବନ୍ଦୀ

0

ସାଘାଂଇ; କରୋନା ଆକ୍ରାନ୍ତ ଚିହ୍ନଟ ହେବା ପଡିଲା ମହଙ୍ଗା । ଜଣଙ୍କ ପାଇଁ ହଜାର ହଜାର ଲୋକ ବନ୍ଦୀ ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଚୀନ୍‌ର ଶାଙ୍ଘାଇରେ । ଡିଜ୍‌ନୀ ଲ୍ୟାଣ୍ଡ ବୁଲିବାକୁ ଆସିଥିବା ଜଣେ ମହିଳା କରୋନା ପଜିଟିଭ ଚିହ୍ନଟ ହେବା ପରେ ପାର୍କରେ ଥିବା ସମସ୍ତ ଯାତ୍ରୀଙ୍କୁ ସେଠାରେ ହିଁ ତାଲା ପକାଇ ରଖାଯାଇଛି ।

ଚୀନ୍‌ରେ କରୋନା ମହାମାରୀ ଆତଙ୍କ ଜାରି ରଖିଥିବାରୁ ଡିଜ୍‌ନୀ ପାର୍କରୁ ଜଣେ ସଂକ୍ରମିତ ଚିହ୍ନଟ ହେବାରୁ ଆତଙ୍କ ଖେଳି ଯାଇଛି । ଯାହା ଫଳରେ ଚୀନ୍‌ର ଅଧିକାରୀମାନେ ଡିଜ୍‌ନୀ ପାର୍କର ଗେଟ୍‌ରେ ତାଲା ପକାଇ ଦେବାରୁ ହଜାର ହଜାର ଯାତ୍ରୀ ବନ୍ଦୀ ହୋଇଯାଇଛନ୍ତି । ସମସ୍ତ ଯାତ୍ରୀଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ହିଁ ବାହାରକୁ ଛଡାଯିବ ବୋଲି ଚୀନ୍ ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି ।

ସେପଟେ ରଏଟର୍ସର ରିପୋର୍ଟ ଅନୁଯାୟୀ, ଗୁରୁବାର ଠାରୁ ଶାଙ୍ଘାଇ ସହର ବାସିନ୍ଦା କାମକୁ ଯାଇପାରିବେ ନାହିଁ କି ସେମାନଙ୍କ ପିଲାମାନେ ସ୍କୁଲ ଯାଇପାରିବେ ନାହିଁ ବୋଲି ଚୀନ୍ ଅଧିକାରୀମାନେ କହିଛନ୍ତି । ଏମାନଙ୍କ ଆସନ୍ତା ତିନି ଦିନ ମଧ୍ୟରେ ନିଜ ନିଜର କରୋନା ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁଯାୟୀ ଗତ ସପ୍ତାହରେ ଚୀନ୍‌ର ୨୮ଟି ସହରରେ ଲକ୍‌ଡାଉନ୍ ଘୋଷଣା କରାଯାଇଛି । ଏଥିଲାଗି ୨୦.୮ କୋଟି ଜନସଂଖ୍ୟା ପ୍ରଭାବିତହୋଇଛନ୍ତି। ଚୀନରେ ଅଗଷ୍ଟ ୧୭ ପର ଠାରୁ ଅକ୍ଟୋବର ୧ ମଧ୍ୟରେ ସର୍ବାଧିକ କରୋନା ସଂକ୍ରମିତ ମାମଲା ସାମ୍ନକୁ ଆସିଛି। ଏଥିପାଇଁ ଏଠାରେ କରୋନା କଟକଣାକୁ କଡାକଡି କରାଯାଇଛି।

Leave A Reply

Your email address will not be published.