ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଗୁଜରାଟ ନିର୍ବାଚନ ପାଇଁ ତାରିଖ ଘୋଷଣା

0

ନୂଆଦିଲ୍ଲୀ; ବାଜିଲା ଗୁଜରାଟ ସାଧାରଣ ନିର୍ବାଚନ ପାଇଁ ବିଗୁଲ । ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର । ଗତଥର ଭଳି ୨ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଗୁଜରାଟରେ ଡିସେମ୍ବର ୧ ଓ ୫ରେ ବିଧାନସଭା ନିର୍ବାଚନ ହେବ ଏବଂ ୮ ଡିସେମ୍ବରରେ ଫଳାଫଳ ଆସିବ ।

ମୁଖ୍ୟନିର୍ବାଚନ ଆୟୋଗ ରାଜୀବ କୁମାର ପ୍ରେସମିଟରେ ଏନେଇ ତାରିଖ ଘୋଷଣା କରିଛନ୍ତି । ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭା ପାଇଁ ମତଗ୍ରହଣ କରାଯିବ। ୩୩ ଜିଲ୍ଲାରେ ଚଳିତ ନିର୍ବାଚନରେ ୪ କୋଟି ୯୦ ଲକ୍ଷ ଭୋଟର ରହିଛନ୍ତି । ମତଦାନକୁ ଆଖିରେ ରଖି ୫୧ ହଜାର ୭୮୨ କେନ୍ଦ୍ର କରାଯାଇଛି । ୧୪୨ଟି ମତଦାନ କେନ୍ଦ୍ର ମଧ୍ୟ କରାଯାଇଛି । ମହିଳାଙ୍କ ପାଇଁ ୧୨୭୪ ମତଦାନ କେନ୍ଦ୍ର କରାଯାଇଛି । ଚଳିତ ନିର୍ବାଚନରେ ୪ ଲକ୍ଷ ୬୦ ହଜାର ଯୁବ ଭୋଟରଙ୍କୁ ସାମିଲ କରାଯାଇଛି । ୨୦୨୩ ଫେବ୍ରୁଆରୀ ୧୮ରେ ଗୁଜରାଟ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି ।

Leave A Reply

Your email address will not be published.