ପ୍ରମୁଖ ଖବର

ରାଜ୍ୟ କ୍ୟାବିନେଟରେ ୪ ପ୍ରସ୍ତାବକୁ ଅନୁମୋଦନ
ପାଣି ଛାଡୁ ଛାଡୁ ମିଳିବ କ୍ଷତିପୂରଣ : ରାଜସ୍ବ ମନ୍ତ୍ରୀ
ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ମିଳିବ ୨୦୨୫ ଜାତୀୟ ଶିକ୍ଷକ ପୁରସ୍କାର
ଖୁବ୍‌ଶୀଘ୍ର ସମ୍ପ୍ରସାରଣ ହେବ ଭୁବନେଶ୍ୱର ବିମାନବନ୍ଦର
ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ହେବ ୮ ଲେନ୍‌ : ମନ୍ତ୍ରୀ
ରାଜ୍ୟରେ କେହି ଭୂମିହୀନ ରହିବେ ନାହିଁ: ରାଜସ୍ୱ ମନ୍ତ୍ରୀ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପୁଲିସ୍ ଏସ୍ଆଇ
ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ରାଜ୍ୟପାଳ

ପଳାତକ ବିଜୟ ମାଲ୍ୟାଙ୍କୁ ଲାଗିଲା ଝଟକା

0

ନୂଆଦିଲ୍ଲୀ; ପଳାତକ ବିଜୟ ମାଲ୍ୟାଙ୍କୁ ଲାଗିଲା ଆଉ ଏକ ଝଟକା । ସୁପ୍ରିମକୋର୍ଟରେ କେସ୍ ଲଢିବାକୁ ମନା କରିଦେଇଛନ୍ତି ତାଙ୍କ ଓକିଲ । ଜଷ୍ଟିସ୍ ଚନ୍ଦ୍ରଚୂଡ ଓ ହିମା କୋହଲିଙ୍କ ଖଣ୍ଡପୀଠକୁ ସେ କହିଛନ୍ତି, ମାଲ୍ୟା ଏବେ ସମ୍ଭବତଃ ବ୍ରିଟେନରେ ଅଛନ୍ତି । ହେଲେ ତାଙ୍କ ପାଖରେ କେବଳ ତାଙ୍କର ଇମେଲ୍ ରହିଛି । ତେଣୁ ଏପରି ସ୍ଥିତିରେ ତାଙ୍କ ସହିତ ସେ ଠିକ୍ ଭାବେ କଥାବାର୍ତ୍ତା ମଧ୍ୟ କରିପାରୁନାହାଁନ୍ତି । ତେଣୁ ସେ ଏହି ମାମଲାରୁ ଓହରିବା ପାଇଁ ଚାହୁଁଥିବା କୋର୍ଟକୁ ଜଣାଇଛନ୍ତି ।

ସେପଟେ ସୁପ୍ରିମକୋର୍ଟ ମଧ୍ୟ ମାଲ୍ୟାଙ୍କ ଓକିଲଙ୍କ ଏହି ଅପିଲକୁ ସ୍ୱୀକାର କରିନେଇଛି । ତେବେ ଏହି ମାମଲାର ଆଗାମୀ ଶୁଣାଣି ଜାନୁଆରୀ ମାସରେ ହେବାକୁ ଥିବାବେଳେ, ମାଲ୍ୟାଙ୍କ ଅଡୁଆ ବଢିପାରେ ବୋଲି ଜଣାପଡୁଛି । ସୂଚନା ଅନୁଯାୟୀ ବିଜୟ ମାଲ୍ୟା ବ୍ୟାଙ୍କ କୋଟି କୋଟି ଟଙ୍କାର ଋଣ ନେଇଥିଲେ ମଧ୍ୟ ଏହାକୁ ଫେରାଇ ନଥିଲେ । ଯେଉଁଥି ପାଇଁ ୨୦୧୭ ମସିହାରୁ ବିଜୟ ମାଲ୍ୟାଙ୍କ ବିରୋଧରେ ସୁପ୍ରିମକୋର୍ଟ କୋର୍ଟଙ୍କ ଆଦେଶକୁ ଅବମାନନା କରି ଦୋଷୀ ସାବ୍ୟସ୍ତ କରିଥିଲେ ।

ତେବେ ପଳାତକ ବିଜୟ ମାଲ୍ୟାକୁ ଭାରତ ଫେରାଇ ଆଣିବା ପ୍ରକ୍ରିୟା ଜାରି ରହିଛି । ଦୁଇ ବର୍ଷ ତଳେ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏହାପରେ ଏହି ମାମଲା ଆଇନର ଜାଲରେ ଛନ୍ଦି ହୋଇଯାଇଛି । ଯାହାର ଶୁଣାଣି ବର୍ତ୍ତମାନ ସୁପ୍ରିମକୋର୍ଟରେ ଜାରି ରହିଛି ।

Leave A Reply

Your email address will not be published.