ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ପଳାତକ ବିଜୟ ମାଲ୍ୟାଙ୍କୁ ଲାଗିଲା ଝଟକା

0

ନୂଆଦିଲ୍ଲୀ; ପଳାତକ ବିଜୟ ମାଲ୍ୟାଙ୍କୁ ଲାଗିଲା ଆଉ ଏକ ଝଟକା । ସୁପ୍ରିମକୋର୍ଟରେ କେସ୍ ଲଢିବାକୁ ମନା କରିଦେଇଛନ୍ତି ତାଙ୍କ ଓକିଲ । ଜଷ୍ଟିସ୍ ଚନ୍ଦ୍ରଚୂଡ ଓ ହିମା କୋହଲିଙ୍କ ଖଣ୍ଡପୀଠକୁ ସେ କହିଛନ୍ତି, ମାଲ୍ୟା ଏବେ ସମ୍ଭବତଃ ବ୍ରିଟେନରେ ଅଛନ୍ତି । ହେଲେ ତାଙ୍କ ପାଖରେ କେବଳ ତାଙ୍କର ଇମେଲ୍ ରହିଛି । ତେଣୁ ଏପରି ସ୍ଥିତିରେ ତାଙ୍କ ସହିତ ସେ ଠିକ୍ ଭାବେ କଥାବାର୍ତ୍ତା ମଧ୍ୟ କରିପାରୁନାହାଁନ୍ତି । ତେଣୁ ସେ ଏହି ମାମଲାରୁ ଓହରିବା ପାଇଁ ଚାହୁଁଥିବା କୋର୍ଟକୁ ଜଣାଇଛନ୍ତି ।

ସେପଟେ ସୁପ୍ରିମକୋର୍ଟ ମଧ୍ୟ ମାଲ୍ୟାଙ୍କ ଓକିଲଙ୍କ ଏହି ଅପିଲକୁ ସ୍ୱୀକାର କରିନେଇଛି । ତେବେ ଏହି ମାମଲାର ଆଗାମୀ ଶୁଣାଣି ଜାନୁଆରୀ ମାସରେ ହେବାକୁ ଥିବାବେଳେ, ମାଲ୍ୟାଙ୍କ ଅଡୁଆ ବଢିପାରେ ବୋଲି ଜଣାପଡୁଛି । ସୂଚନା ଅନୁଯାୟୀ ବିଜୟ ମାଲ୍ୟା ବ୍ୟାଙ୍କ କୋଟି କୋଟି ଟଙ୍କାର ଋଣ ନେଇଥିଲେ ମଧ୍ୟ ଏହାକୁ ଫେରାଇ ନଥିଲେ । ଯେଉଁଥି ପାଇଁ ୨୦୧୭ ମସିହାରୁ ବିଜୟ ମାଲ୍ୟାଙ୍କ ବିରୋଧରେ ସୁପ୍ରିମକୋର୍ଟ କୋର୍ଟଙ୍କ ଆଦେଶକୁ ଅବମାନନା କରି ଦୋଷୀ ସାବ୍ୟସ୍ତ କରିଥିଲେ ।

ତେବେ ପଳାତକ ବିଜୟ ମାଲ୍ୟାକୁ ଭାରତ ଫେରାଇ ଆଣିବା ପ୍ରକ୍ରିୟା ଜାରି ରହିଛି । ଦୁଇ ବର୍ଷ ତଳେ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏହାପରେ ଏହି ମାମଲା ଆଇନର ଜାଲରେ ଛନ୍ଦି ହୋଇଯାଇଛି । ଯାହାର ଶୁଣାଣି ବର୍ତ୍ତମାନ ସୁପ୍ରିମକୋର୍ଟରେ ଜାରି ରହିଛି ।

Leave A Reply

Your email address will not be published.