ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ଆଇସିସି ପକ୍ଷରୁ ବିରାଟଙ୍କୁ ମିଳିଲା ସମ୍ମାନ

0

ନୂଆଦିଲ୍ଲୀ; ସମସ୍ତଙ୍କୁ ପଛରେ ପକାଇ ନୂଆ କୀର୍ତ୍ତିମାନ ହାସଲ କଲେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ। ବିରାଟଙ୍କୁ ଆଇସିସି ପକ୍ଷରୁ ମିଳିଛି ବଡ଼ ସମ୍ମାନ। ବିରାଟଙ୍କୁ ‘ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ’ ପୁରସ୍କାର ପ୍ରଦାନ କରିଛି ଆଇସିସି । କୋହଲିଙ୍କୁ ଅକ୍ଟୋବର ମାସ ପାଇଁ ଏହି ସମ୍ମାନ ପାଇଛନ୍ତି । ଚଳିତ ମାସରେ ବିଶ୍ୱର ସମସ୍ତଙ୍କ କ୍ରିକେଟରଙ୍କ ତୁଳନାରେ ବିରାଟଙ୍କ ପ୍ରଦର୍ଶନ ଅତ୍ୟନ୍ତ ଉଚ୍ଚକୋଟିର ଥିଲା । ଅକ୍ଟୋବରରେ କୋହଲି ମୋଟ ୨୦୫ ରନ୍ କରିଥିଲେ । ଏଥିପାଇଁ ତାଙ୍କୁ ଆଇସିସି ପକ୍ଷରୁ ଏପରି ସମ୍ମାନ ମିଳିଛି ।

ସୂଚନା ଅନୁଯାୟୀ ବିରାଟ ବର୍ତ୍ତମାନ ଟି-୨୦ ବିଶ୍ୱକପରେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ସେ ୫ଟି ମ୍ୟାଚ୍‌ରୁ ୩ଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ୩ଥର ଅପରାଜିତ ରହିଛନ୍ତି । ଏଥିପାଇଁ ଅକ୍ଟୋବର ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଆଇସିସି ପକ୍ଷରୁ ବିରାଟଙ୍କୁ ମିଳିଛି। ବିରାଟ ତାଙ୍କ କ୍ରିକେଟ କ୍ୟାରିୟର ମଧ୍ୟରେ ପ୍ରଥମଥର ପାଇଁ ଆଇସିସି ମାସିକ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ବିରାଟଙ୍କ ସହ ଏହି ମାସିକ ପୁରସ୍କାର ପାଇବା ଦୌଡ଼ରେ ଦକ୍ଷିଣ ଆଫ୍ରିକାର ଡାଭିଡ ମିଲିର ଓ ଜିମ୍ବାୱେର ସିକନ୍ଦର ରାଜା ରହିଥିଲେ ।

ଉଭୟଙ୍କୁ ପଛରେ ପକାଇ ବିରାଟ ଆଇସିସି ପ୍ଲେୟାର ଅଫ ଦି ମନ୍ଥ ସମ୍ମାନ ହାତେଇଛନ୍ତି। ତେବେ ଅକ୍ଟୋବର ୨୩ରେ ବିରାଟ ତାଙ୍କ କ୍ରିକେଟ କ୍ୟାରିୟରର ସବୁଠାରୁ ବଡ଼ ଇନିଂସ ଖେଳିଥିଲେ । ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସେ ୫୩ ବଲରେ ଅପରାଜିତ ୮୨ ରନର ଇନିଂସ ଖେଳିବା ସହ ଭାରତକୁ ନିଶ୍ଚିତ ପରାଜୟରୁ ଉଦ୍ଧାର କରି ବିଜୟ ଭେଟି ଦେଇଥିଲେ।

ସେପଟେ ଆଇସିସି ପୁରସ୍କାର ଜିତିବା ପରେ ବିରାଟ କହିଛନ୍ତି, “ଆଇସିସି ଦ୍ୱାରା ଅକ୍ଟୋବରର ମାସ ପାଇଁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେବା ସମ୍ମାନର ବିଷୟ । ବିଶ୍ୱର ଫ୍ୟାନ୍ସ ଓ ପ୍ୟାନେଲମାନଙ୍କ ଦ୍ୱାରା ଶ୍ରେଷ୍ଠ ଖେଳାଳି ଭାବେ ଚୟନ ହେବା ଆହୁରି ଗର୍ବର ବିଷୟ।” ତେବେ ଗତ ମାସରେ ଆଇସିସିର ମାସିକ ଶ୍ରେଷ୍ଠ ଖେଳାଳି ଭାବେ ପାକିସ୍ତାନର ମହମ୍ମଦ ରିଜୱାନ ପୁରୁଷ ବର୍ଗରେ ଓ ମହିଳା ବର୍ଗରେ ଭାରତର ହରମନପ୍ରୀତ କୌର ପୁରସ୍କାର ଜିତିଥିଲେ ।

Leave A Reply

Your email address will not be published.