ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ଚନ୍ଦ୍ରଗ୍ରହଣରେ ଖାଦ୍ୟ ଖାଇବାକୁ ନେଇ ମୁହାଁମୁହିଁ ହେଲେ ହେତୁବାଦୀ-ପରମ୍ପରାବାଦୀ

0

ଭୁବନେଶ୍ୱର: ଆଜି ଦିନରେ ଖାଦ୍ୟ ଭକ୍ଷଣକୁ ନେଇ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ମୁହାଁମୁହିଁ ହୋଇଛନ୍ତି ହେତୁବାଦୀ-ପରମ୍ପରାବାଦୀ।ଚନ୍ଦ୍ରଗ୍ରହଣରେ ସାମୂହିକ ଭୋଜନ କାର୍ଯ୍ୟକ୍ରମକୁ ବିରୋଧ । ରାଜ୍ୟର ବିଭିନ୍ନ ସ୍ଥାନରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ । ଲୋହିଆ ଏକାଡେମୀରେ ଠେଲାପେଲା ପରିସ୍ଥିତି ଉପୁଜିଛି। ସେହିପରି ବ୍ରହ୍ମପୁରରେ ହେତୁବାଦୀଙ୍କୁ ବଜରଙ୍ଗ ଦଳ ବିରୋଧ କରୁଥିବା ଦେଖିବାକୁ ମିଳିଛି । ଶୋଭାଯାତ୍ରା କରି ବଜରଙ୍ଗ ଏକାଠି ହୋଇଛନ୍ତି । ହେତୁବାଦୀଙ୍କ ବ୍ୟାନର ଚିରି ଗୋବର ମାଡ କରିଥିବା ଦେଖିବାକୁ ମିଳିଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଲାଠିଚାର୍ଜ ମଧ୍ୟ କରାଯାଇଛି ।

ସୂଚନାଯୋଗ୍ୟ, ଆଜି ହେଉଛି କାର୍ତ୍ତିକ ପୂର୍ଣ୍ଣିମା ସହିତ ଚନ୍ଦ୍ରଗ୍ରହଣ। ଚନ୍ଦ୍ରଗ୍ରହଣରେ ପାକ ନିଷେଧ ଓ ଖାଦ୍ୟ ବର୍ଜନର ପରମ୍ପରା ରହିଛି। ତେବେ ହେତୁବାଦୀମାନେ ଏହା ବିଜ୍ଞନା ସମ୍ମତ ନୁହେଁ ବୋଲି କହଛନ୍ତି। ଚନ୍ଦ୍ରଗ୍ରହଣରେ ଖାଦ୍ୟ ଗ୍ରହଣ କଲେ କିଛି ଅସୁବିଧା ହୁଏ ନାହିଁ ବୋଲି ମତ ଦେଇଛନ୍ତି। ଏହାକୁ ପ୍ରମାଣ କରିବାକୁ ଓ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ସେମାନେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣରେ ସାମୂହିକ ଭୋଜନର ଆୟୋଜନ କରିଥିଲେ। ଏହି କାରଣରୁ ଗତ ସୂର୍ଯ୍ୟପରାଗ ବେଳେ ବିବାଦ ଦେଖାଯାଇଥିଲା। ତେବେ ହେତୁବାଦୀମାନେ ଚନ୍ଦ୍ରଗ୍ରହଣ ବେଳେ ପୁଣି ବିରିୟାନୀ ଖାଇବେ ବୋଲି କହିଥିଲେ। ଏହାର ଜବାବରେ ପରମ୍ପରାବାଦୀମାନେ ଏହାକୁ ଦୃଢ଼ ବିରୋଧ କରାଯିବ ବୋଲି କହିଥିଲେ। ଆଉ ଆଜି ଏହାର ପ୍ରତିଫଳନ ଦେଖିବାକୁ ମିଳିଥିଲା ବ୍ରହ୍ମପୁର ଓ ଭୁବନେଶ୍ୱରରେ।

Leave A Reply

Your email address will not be published.