ପ୍ରମୁଖ ଖବର

ଆସିଲା ବିଜେଡିର ସପ୍ତମ ତାଲିକା: ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା
ଆସନ୍ତା ୨୪ରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଜୟପୁର ବିଧାନସଭା ଲାଗି ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନିପତି, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି
ପ୍ରଚାର ବେଳେ ଅସୁସ୍ଥ ହୋଇପଡିଲେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ
ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ

ନୋଟବନ୍ଦୀକୁ ପୂରିଲା ୬ ବର୍ଷ

0
  • ବିମୁଦ୍ରୀକରଣକୁ ପୂରିଲା ୬ ବର୍ଷ
  • ୨୦୧୬ ନଭେମ୍ବର 8ରେ କେନ୍ଦ୍ର ସରକାର ନେଇଥିଲେ ନିଷ୍ପତ୍ତି
  • ନୋଟବନ୍ଦୀରେ ପ୍ରଭାବିତ ହୋଇଥିଲେ କୋଟିକୋଟି ଜନସାଧରଣ

ନୂଆଦିଲ୍ଲୀ; ନୋଟବନ୍ଦୀକୁ ପୂରିଲା ୬ ବର୍ଷ । ୨୦୧୬ ମସିହା ଆଜିର ଦିନରେ କେନ୍ଦ୍ର ସରକାର ନେଇଥିଲେ ଏହି ଐତିହାସିକ ନିଷ୍ପତ୍ତି । ଯାହା ସାରା ଦେଶବାସୀଙ୍କ ଅର୍ଥନୈତିକ ସ୍ଥିତିକୁ ବିଗାଡି ଦେଇଥିଲା । ନଭେମ୍ବର ୮ ତାରିଖରୁ ଅଚଳ ହୋଇଯାଇଥିଲା ୫୦୦ ଓ ୧ ହଜାର ଟଙ୍କିଆ ନୋଟ । ଏହି ବିମୁଦ୍ରୀକରଣ ଯୋଗୁଁ କୋଟି କୋଟି ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ । କଳାଧନ ଓ ଜାଲନୋଟର ପ୍ରସାର ରୋକିବା ପାଇଁ ସରକାରଙ୍କ ଏହି ନିଷ୍ପତ୍ତି ବିଭିନ୍ନ ମହଲରେ ସମାଲୋଚିତ ହୋଇଥିଲା । ନଭେମ୍ବର ୨୦୧୬ରେ ପୁରୁଣା ନୋଟ୍ ଜମା କରିବା ଏବଂ ନୂଆ ନୋଟ୍ ପାଇବା ପାଇଁ ଲୋକଙ୍କୁ ବ୍ୟାଙ୍କରେ ଲମ୍ବା ଲାଇନରେ ଛିଡା ହେବାକୁ ପଡିଲା । ସେତେବେଳେ ୫୦୦ ଏବଂ ୧୦୦୦ ଟଙ୍କା ନୋଟ୍ ଅଚଳ ହେବା ପରେ ଅନେକ ନୋଟ୍ ଆବର୍ଜନାରେ ଏବଂ ନଦୀରେ ଭାସୁଥିବା ଦେଖିବାକୁ ମିଳିଥିଲା ।

ଯଦି ନୋଟବନ୍ଦୀ ପରଠାରୁ ବର୍ତ୍ତମାନର ସ୍ଥିତିକୁ ନଜରକୁ ନେବା, ତେବେ ଦେଶରେ ନଗଦ କାରବାର ବର୍ତ୍ତମାନ ସୁଦ୍ଧା୭୧.୮୪ ପ୍ରତିଶତ ବୃଦ୍ଧି ପାଇଛି । ଯେତେବେଳେ ବିମୁଦ୍ରୀକରଣ ଘୋଷଣା କରାଯାଇଥିଲା, ସେତେବେଳେ ଦେଶରେ ୧୭.୭ ଲକ୍ଷ କୋଟି ଟଙ୍କା ଥିଲା । ଗତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଏହା ୨୯.୧୭ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଅର୍ଥାତ୍ ଗତବର୍ଷ ନୋଟ୍ ପ୍ରଚଳନରେ ପ୍ରାୟ ୬୪ ପ୍ରତିଶତ ବୃଦ୍ଧି ଘଟିଥିଲା, ଯାହା ୬ ବର୍ଷରେ ପ୍ରାୟ୭୨ପ୍ରତିଶତକୁ ବୃଦ୍ଧି ପାଇଛି । ଯଦିଓ ଦେଶରେ ସର୍ବାଧିକ ବ୍ୟବହୃତ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ହଠାତ୍ ପ୍ରଚଳନ ବନ୍ଦ ହୋଇଯାଇଥିଲା । କିନ୍ତୁ ତାହାର ବିକଳ୍ପରେ ବାହାରିଥିଲା ୨୦୦୦,୫୦୦ ଏବଂ ୨୦୦ର ନୂଆ ନୋଟ୍ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ଚଳାଚଳ କିଛି ମାତ୍ରାରେ ପ୍ରଭାବିତ ହୋଇଥିବା ବେଳେ ଏବେ ଦେଶରେ ଏହାର ପ୍ରଚଳନ ବର୍ଷକୁ ବର୍ଷ ବୃଦ୍ଧି ପାଉଛି । ଅବଶ୍ୟ, ବିମୁଦ୍ରୀକରଣ ନିଷ୍ପତ୍ତି ଦ୍ବାରା ସୃଷ୍ଟି ହୋଇଥିବା ଅସୁବିଧା ଗୁଡ଼ିକରୁ ପୁନରୁଦ୍ଧାରରେ ଡିଜିଟାଲ୍ ପେମେଣ୍ଟ ମଧ୍ୟ ଯଥେଷ୍ଟ ତ୍ୱରାନ୍ୱିତ ହୋଇଛି । ଯାହା କରୋନା ଅବଧି ପରଠାରୁ ଆହୁରି ବୃଦ୍ଧି ପାଇଛି ।

ଆରବିଆଇର ରିପୋର୍ଟ ଅନୁଯାୟୀ, ଦେଶରେ ଡିଜିଟାଲ ପେମେଣ୍ଟ ବହୁଗୁଣିତ ହୋଇଥିଲେ ମଧ୍ୟ କିଣାବିକା ପାଇଁ ଜନସାଧାରଣ ନଗଦ ରାଶିକୁ ପସନ୍ଦ କରିଥାନ୍ତି । ୨୦୧୬ରେ ଦେଶରେ ନୋଟଗୁଡିକର ପ୍ରଚଳନ ୧୭.୯୭ ଲକ୍ଷ କୋଟି ଟଙ୍କା ସ୍ତରରେ ଥିଲା । ନୋଟବନ୍ଦୀର ଦୁଇ ସପ୍ତାହ ପରେ ଅର୍ଥାତ୍ ନଭେମ୍ବର ୨୫ ବେଳକୁ ୯.୧୧ ଲକ୍ଷ କୋଟି ଟଙ୍କାକୁ ଖସି ଆସିଥିଲା, ଯାହା ବର୍ତ୍ତମାନ ୨୩୯ ପ୍ରତିଶତ ବୃଦ୍ଧି ହୋଇଛି । ବର୍ତ୍ତମାନ ଦେଶରେ ଡିଜିଟାଲ ପେମେଣ୍ଟ ପାଇଁ ଲୋକଙ୍କ ପାଖରେ ଅନେକ ବିକଳ୍ପ ଅଛି । ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ ମୋଟ ମୁଦ୍ରା ପରିମାଣ ୧୫.୪୧ ଟ୍ରିଲିୟନ ଟଙ୍କା ମଧ୍ୟରୁ ବିଭିନ୍ନ ବ୍ୟାଙ୍କରେ ଜମା ହୋଇଥିଲା ୧୫.୩ ଟ୍ରିଲିୟନ ଟଙ୍କା । ଅର୍ଥାତ ମୋଟ ୯୯.୩ ପ୍ରତିଶତ ନୋଟ ବ୍ୟାଙ୍କରେ ଜମା ହୋଇଥିଲା । ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ଦେଶରେ ଡିଜିଟାଲ ଓ କ୍ୟାସଲେସ କାରବାର ବୃଦ୍ଧି ପାଇଥିଲା । ତେବେ ଯେଉଁ ଲକ୍ଷ୍ୟ ନେଇ ନୋଟବନ୍ଦୀ କରାଯାଇଥିଲା ତାହା ଏକରକମ ବିଫଳ ହୋଇଛି । ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ ଚଳିତ ବର୍ଷ ଅକ୍ଟୋବର ୨୧ ସୁଦ୍ଧା ଦେଶରେ ଲୋକମାନଙ୍କ ନିକଟରେ ମୋଟ ୩୦.୮୮ ଲକ୍ଷ କୋଟି ଟଙ୍କାର ନଗଦ ଟଙ୍କା ରହିଛି । ଏହାର ଅର୍ଥ- ଡିଜିଟାଲ୍ ପେମେଣ୍ଟ ଅପେକ୍ଷା ଲୋକମାନେ ନଗଦ ଉପରେ ଅଧିକ ବିଶ୍ୱାସ କରୁଛନ୍ତି ।

Leave A Reply

Your email address will not be published.