ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଆସନ୍ତା ୫ ଦିନର ପାଣିପାଗ କଣ କହୁଛି?

0

ଭୁବନେଶ୍ବର; ଆସନ୍ତା ୫ ଦିନ ଯାଏଁ ରାଜ୍ୟର ପାଣିପାଗ ମୁଖ୍ୟତଃ ଶୁଖିଲା ରହିବ। ରାତି ଓ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଏବେ ରାତି ରେ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ହାଲୁକା ଶୀତ ଅନୁଭୂତ ହେବ। ଭୋର/ସକାଳ ସମୟ ରେ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶା (ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଜଗତସିଂହପୁର, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି) ଜିଲ୍ଲା ର କିଛି ଅଞ୍ଚଳ ରେ ଅଳ୍ପ ରୁ ମଧ୍ୟମ ଧରଣର କୁହୁଡି ପଡ଼ିବା ସମ୍ଭାବନା ।

ଦକ୍ଷିଣ – ପଶ୍ଚିମ ବଙ୍ଗୋପସାଗର ରେ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସେହି ଅଞ୍ଚଳ ରେ କେନ୍ଦ୍ରୀଭୂତ ହୋଇ ଲଘୁଚାପ ରେ ପରିଣତ ହେବ ଓ ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ୧୧ ତାରିଖ ବେଳକୁ ତାମିଲନାଡୁ ଆଡ଼କୁ ଗତି କରିବ । ପ୍ରଭାବ ରେ ଦକ୍ଷିଣ ଭାରତ ରେ ଭଲ ବର୍ଷା ହେବ। ୧୧-୧୩ ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତର ଓ ଉପକୂଳ ରେ ଆକାଶ କେତେକାଂଶ ରେ ମେଘୁଆ ରହିବା ସମ୍ଭାବନା।

ନଭେମ୍ୱର ୧୫-୧୬ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ମଡେଲ ମାନେ ସୂଚନା ଦେଉଛନ୍ତି। ଏହି ଲଘୁଚାପ ଉତ୍ତର ପଶ୍ଚିମ ଦିଗ ରେ ଗତି କରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି ଓ ଏହି କ୍ଷେତ୍ର ପ୍ରଭାବ ରେ ୧୯- ୨୩ ନଭେମ୍ବର ମଧ୍ୟରେ ଦକ୍ଷିଣ ଓ ପୂର୍ବ ଭାରତ ରେ ବର୍ଷା ସମ୍ଭାବନା ରହିଛି। ତେବେ ଆସନ୍ତା ୪-୫ ଦିନ ପରେ ଏହି କ୍ଷେତ୍ର ସମ୍ବନ୍ଧ ରେ ଅଧିକ ତଥ୍ୟ ମିଳିପାରିବ।

ପୂର୍ବାନୁମାନ-ସାର୍ଥକ ମିଶ୍ର

Leave A Reply

Your email address will not be published.