ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଆସନ୍ତା ୫ ଦିନର ପାଣିପାଗ କଣ କହୁଛି?

0

ଭୁବନେଶ୍ବର; ଆସନ୍ତା ୫ ଦିନ ଯାଏଁ ରାଜ୍ୟର ପାଣିପାଗ ମୁଖ୍ୟତଃ ଶୁଖିଲା ରହିବ। ରାତି ଓ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଏବେ ରାତି ରେ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ହାଲୁକା ଶୀତ ଅନୁଭୂତ ହେବ। ଭୋର/ସକାଳ ସମୟ ରେ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶା (ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଜଗତସିଂହପୁର, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି) ଜିଲ୍ଲା ର କିଛି ଅଞ୍ଚଳ ରେ ଅଳ୍ପ ରୁ ମଧ୍ୟମ ଧରଣର କୁହୁଡି ପଡ଼ିବା ସମ୍ଭାବନା ।

ଦକ୍ଷିଣ – ପଶ୍ଚିମ ବଙ୍ଗୋପସାଗର ରେ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସେହି ଅଞ୍ଚଳ ରେ କେନ୍ଦ୍ରୀଭୂତ ହୋଇ ଲଘୁଚାପ ରେ ପରିଣତ ହେବ ଓ ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ୧୧ ତାରିଖ ବେଳକୁ ତାମିଲନାଡୁ ଆଡ଼କୁ ଗତି କରିବ । ପ୍ରଭାବ ରେ ଦକ୍ଷିଣ ଭାରତ ରେ ଭଲ ବର୍ଷା ହେବ। ୧୧-୧୩ ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତର ଓ ଉପକୂଳ ରେ ଆକାଶ କେତେକାଂଶ ରେ ମେଘୁଆ ରହିବା ସମ୍ଭାବନା।

ନଭେମ୍ୱର ୧୫-୧୬ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ମଡେଲ ମାନେ ସୂଚନା ଦେଉଛନ୍ତି। ଏହି ଲଘୁଚାପ ଉତ୍ତର ପଶ୍ଚିମ ଦିଗ ରେ ଗତି କରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି ଓ ଏହି କ୍ଷେତ୍ର ପ୍ରଭାବ ରେ ୧୯- ୨୩ ନଭେମ୍ବର ମଧ୍ୟରେ ଦକ୍ଷିଣ ଓ ପୂର୍ବ ଭାରତ ରେ ବର୍ଷା ସମ୍ଭାବନା ରହିଛି। ତେବେ ଆସନ୍ତା ୪-୫ ଦିନ ପରେ ଏହି କ୍ଷେତ୍ର ସମ୍ବନ୍ଧ ରେ ଅଧିକ ତଥ୍ୟ ମିଳିପାରିବ।

ପୂର୍ବାନୁମାନ-ସାର୍ଥକ ମିଶ୍ର

Leave A Reply

Your email address will not be published.