ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼

0

ନୂଆଦିଲ୍ଲୀ; ଆଜି ସୁପ୍ରିମକୋର୍ଟର ୫୦ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଦେଶର ନ୍ୟାୟିକ ଇତିହାସରେ ପ୍ରଥମ ଥର ପାଇଁ ଜଣେ ବାପାଙ୍କ ପରେ ପୁଅ ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି । ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଓ୍ବାଇ ବି ଚନ୍ଦ୍ରଚୂଡ଼ଙ୍କ ପୁଅ ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ । ସେ ୧୯୭୮ରେ ଦେଶର ୧୬ତମ ପ୍ରଧାନ ବିଚାରପତି ହୋଇଥିଲେ ।

ସୂଚନା ଅନୁଯାୟୀ, ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ଜଷ୍ଟିସ ଧନଞ୍ଜୟ ୟଶୋବନ୍ତ ଚନ୍ଦ୍ରଚୂଡ଼ଙ୍କ ନାଁ ସୁପାରିସ କରିଥିଲେ ମୁଖ୍ୟ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ । ଚନ୍ଦ୍ରଚୂଡ଼ ହେଉଛନ୍ତି ସୁପ୍ରିମକୋର୍ଟର ସବୁଠୁ ବରିଷ୍ଠ ବିଚାରପତି । ସେ ପ୍ରଧାନ ବିଚାରପତି ପଦରେ ୨୦୨୪ ନଭେମ୍ବର ୧୦ ଯାଏଁ ରହିବେ । ସିଜେଆଇ ଭାବେ ୨ ବର୍ଷରୁ ଅଧିକ ସମୟ ଏହି ପଦବୀରେ ରହିବେ ଚନ୍ଦ୍ରଚୂଡ଼ । ଏହି ସମୟ ମଧ୍ୟରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ବିଚାର କରିବେ ।

ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ୧୯୫୯ ମସିହା ନଭେମ୍ବର ୧୧ରେ ଜନ୍ମ ଗ୍ରହଣ କରିଥିବା ବେଳେ ଜଷ୍ଟିସ ଚନ୍ଦ୍ରଚୂଡ଼ ୨୦୧୬ ମେ’ ୧୩ରେ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ । ଚନ୍ଦ୍ରଚୂଡ଼ ଭାରତର ପ୍ରଥମ ଓକିଲ ଭାବେ ମାତ୍ର ୩୯ ବର୍ଷ ବୟସରେ ବରିଷ୍ଠ ଆଇନଜୀବୀର ମାନ୍ୟତା ପାଇଥିଲେ। ଏହାପରେ ୧୯୯୮ରେ ସେ ଦେଶର ସଲିସିଟର ଜେନେରାଲ ହୋଇଥିଲେ।

୨୦୧୩ରେ ସେ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ । ଏଠାରେ ୩ ବର୍ଷ କାମ କରିବା ପରେ ସୁପ୍ରିମକୋର୍ଟରେ ବିଚାରପତି ଭାବେ ତାଙ୍କୁ ପଦୋନ୍ନତି ମିଳିଥିଲା । ନୂଆଦିଲ୍ଲୀରେ ଥିବା ସେଣ୍ଟ ଷ୍ଟେଫେନ କଲେଜରୁ ଅର୍ଥନୀତି ଅର୍ନସରେ ବିଏ ଡିଗ୍ରୀ ହାସଲ କରିବା ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କମ୍ପାସ ଲ’ ସେଣ୍ଟରରୁ ଏଲଏଲବି କରିଥିଲେ । ଆମେରିକାର ହାର୍ବାଡ ଲ’ ସ୍କୁଲରୁ ଜଷ୍ଟିସ ଚନ୍ଦ୍ରଚୂଡ଼ ଏଲଏଲଲ ଡିଗ୍ରୀ ଓ ଜୁରିଡିସିଆଲ ସାଇନ୍ସରେ ଡକ୍ଟରେଟ(JSD) ହାସଲ କରିଛନ୍ତି।

Leave A Reply

Your email address will not be published.