ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ନେପାଳରେ ଭୂକମ୍ପ, ଥରିଲା ଉତ୍ତର ଭାରତ

0

ନୂଆଦିଳ୍ଲୀ; ମଙ୍ଗଳବାର ବିଳମ୍ବିତ ରାତିରେ ଭୂକମ୍ପ ଝଟକାରେ ଥରି ଉଠିଛି ନେପାଳ । ଏହି ଭୂକମ୍ପର ପ୍ରଭାବ ଏତେ ଜୋରରେ ରହିଥିଲା ଯେ ଦୋତି ଜିଲ୍ଲାରେ ଲୋକମାନେ ଶୋଇଥିବା ବେଳେ ଘର ଭୁଶୁଡ଼ି ପଡ଼ିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ରେକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୩ ରହିଥିଲା । ନେପାଳର ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ବେଳେ ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ ଥରି ଉଠିଛି । ପ୍ରାୟ ରାତି ୧ଘଣ୍ଟା ୫୭ ମିନିଟରେ ଭୂ-କମ୍ପ ଦେଖାଦେଇଥିଲା।

ନ୍ୟାଶନାଲ ସେଣ୍ଟର ଫର ସେଇସମୋଲୋଜିର ରିପୋର୍ଟ ଅନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠ ଠାରୁ ୧୦ କିମି ଗଭୀରରେ ରହିଛି। ଉତ୍ତରାଖଣ୍ଡର ପିଥୋରଗଡ଼ ଠାରୁ ପୂର୍ବ ଦିଗର ୯୦ କିମି ଦୂର ନେପାଳ ସୀମାନ୍ତରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ନେପାଳରେ ଏହା ଦ୍ୱିତୀୟ ଭୂକମ୍ପ। ମଙ୍ଗଳବାର ସକାଳେ ନେପାଳର ବିଭିନ୍ନ ସ୍ଥାନରେ ୪.୫ ତୀବ୍ରତାର ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ କାଠମାଣ୍ଡୁ ଠାରୁ ୧୫୫ କିମି ଦୂର ଉତ୍ତରପୂର୍ବ ଅଞ୍ଚଳରେ ରହିଥିଲା।

ସେହିପରି ଭୂପୃଷ୍ଠରୁ ଏହା ୧୦୦ କିମି ଗଭୀରରେ ସୃଷ୍ଟି ହୋଇଥିଲା। ଏହି ଭୂକମ୍ପ ଝଟକା ମଣିପୁର, ଦିଲ୍ଲୀ ଏନସିଆର, ଗାଜିଆବାଦ, ନୋଏଡା, ଗୁରୁଗ୍ରାମ, ଲକ୍ଷ୍ନୌର କିଛି ସ୍ଥାନରେ ବି ଅନୁଭୂତ ହୋଇଥିଲା । ପୂର୍ବରୁ ୨୦୧୫ରେ କେନ୍ଦ୍ରୀୟ ନେପାଳରେ ପ୍ରଳୟଙ୍କରୀ ଭୂମିକମ୍ପ ହୋଇଥିଲା । ଯେଉଁଥିରେ ଯାଇଥିଲା ୮ହଜାର ୯୬୪ ଜଣଙ୍କର ଜୀବନ । ପାଖାପାଖି ୨୨ହଜାର ଲୋକ ଆହତ ହୋଇଥିଲେ ।

Leave A Reply

Your email address will not be published.