ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ନେପାଳରେ ଭୂକମ୍ପ, ଥରିଲା ଉତ୍ତର ଭାରତ

0

ନୂଆଦିଳ୍ଲୀ; ମଙ୍ଗଳବାର ବିଳମ୍ବିତ ରାତିରେ ଭୂକମ୍ପ ଝଟକାରେ ଥରି ଉଠିଛି ନେପାଳ । ଏହି ଭୂକମ୍ପର ପ୍ରଭାବ ଏତେ ଜୋରରେ ରହିଥିଲା ଯେ ଦୋତି ଜିଲ୍ଲାରେ ଲୋକମାନେ ଶୋଇଥିବା ବେଳେ ଘର ଭୁଶୁଡ଼ି ପଡ଼ିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ରେକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୩ ରହିଥିଲା । ନେପାଳର ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ବେଳେ ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ ଥରି ଉଠିଛି । ପ୍ରାୟ ରାତି ୧ଘଣ୍ଟା ୫୭ ମିନିଟରେ ଭୂ-କମ୍ପ ଦେଖାଦେଇଥିଲା।

ନ୍ୟାଶନାଲ ସେଣ୍ଟର ଫର ସେଇସମୋଲୋଜିର ରିପୋର୍ଟ ଅନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠ ଠାରୁ ୧୦ କିମି ଗଭୀରରେ ରହିଛି। ଉତ୍ତରାଖଣ୍ଡର ପିଥୋରଗଡ଼ ଠାରୁ ପୂର୍ବ ଦିଗର ୯୦ କିମି ଦୂର ନେପାଳ ସୀମାନ୍ତରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ନେପାଳରେ ଏହା ଦ୍ୱିତୀୟ ଭୂକମ୍ପ। ମଙ୍ଗଳବାର ସକାଳେ ନେପାଳର ବିଭିନ୍ନ ସ୍ଥାନରେ ୪.୫ ତୀବ୍ରତାର ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ କାଠମାଣ୍ଡୁ ଠାରୁ ୧୫୫ କିମି ଦୂର ଉତ୍ତରପୂର୍ବ ଅଞ୍ଚଳରେ ରହିଥିଲା।

ସେହିପରି ଭୂପୃଷ୍ଠରୁ ଏହା ୧୦୦ କିମି ଗଭୀରରେ ସୃଷ୍ଟି ହୋଇଥିଲା। ଏହି ଭୂକମ୍ପ ଝଟକା ମଣିପୁର, ଦିଲ୍ଲୀ ଏନସିଆର, ଗାଜିଆବାଦ, ନୋଏଡା, ଗୁରୁଗ୍ରାମ, ଲକ୍ଷ୍ନୌର କିଛି ସ୍ଥାନରେ ବି ଅନୁଭୂତ ହୋଇଥିଲା । ପୂର୍ବରୁ ୨୦୧୫ରେ କେନ୍ଦ୍ରୀୟ ନେପାଳରେ ପ୍ରଳୟଙ୍କରୀ ଭୂମିକମ୍ପ ହୋଇଥିଲା । ଯେଉଁଥିରେ ଯାଇଥିଲା ୮ହଜାର ୯୬୪ ଜଣଙ୍କର ଜୀବନ । ପାଖାପାଖି ୨୨ହଜାର ଲୋକ ଆହତ ହୋଇଥିଲେ ।

Leave A Reply

Your email address will not be published.