ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ବ୍ରିଟେନରେ ଏସୀୟ ଧନୀ ତାଲିକାର ୧୭ତମ ସ୍ଥାନରେ ଋଷି ସୁନକ

0

ନୂଆଦିଲ୍ଲୀ; ଦିନକୁ ଦିନ ବଢିବାରେ ଲାଗିଛି ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଧବ ଋଷି ସୁନକଙ୍କ ସମ୍ପତ୍ତି । ବ୍ରିଟେନରେ ଏସୀୟ ଧନୀଙ୍କ ତାଲିକାରେ ସାମିଲ୍ ହୋଇଛନ୍ତି ଋଷି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି । ତାଲିକାରେ ସୁନକ ଦମ୍ପତ୍ତି ୧୭ତମ ସ୍ଥାନରେ ରହିଥିବା ବେଳେ ଶୀର୍ଷରେ ଅଛନ୍ତି ହିନ୍ଦୁଜା ପରିବାର । ସୁନକ ଦମ୍ପତି ୭୯୦ ମିଲିୟନ ପାଉଣ୍ଡ ଅର୍ଥାତ୍ ପାଖାପାଖି ୭୮୧୧ କୋଟି ୩୯ ଲକ୍ଷ ୨୦ ହଜାର ୨୦୦ ଟଙ୍କାର ଆନୁମାନିକ ସଂପତ୍ତି ସହ ଏହି ତାଲିକାରେ ରହିଛନ୍ତି । ବ୍ରିଟେନରେ ଏସୀୟ ଧନୀଙ୍କ ତାଲିକାରେ ୩୦.୫ ବିଲିୟନ ପାଉଣ୍ଡ ସହ ହିନ୍ଦୁଜା ପରିବାର ଲଗାତାର ଅଷ୍ଟମ ଥର ଶୀର୍ଷରେ ଅଛନ୍ତି । ଗତ ବର୍ଷ ତୁଳନାରେ ଏଥର ହିନ୍ଦୁଜା ପରିବାରଙ୍କ ସଂପତ୍ତିରେ ୩ ବିଲିୟନ ପାଉଣ୍ଡ ବୃଦ୍ଧି ଘଟିଛି । ଚଳିତ ବର୍ଷ ଏସୀୟ ଧନୀ ତାଲିକାରେ ୟୁକେର ୧୬ କୋଟିପତି ସାମିଲ୍, ଯାହା ଗତ ତୁଳନାରେ ଜଣେ ଅଧିକ ।

ସୂଚନାଯୋଗ୍ୟ, ବ୍ରିଟେନରେ ଏସୀୟ ଧନୀଙ୍କ ତାଲିକାରେ ସାମିଲ୍ ୪୨ ବର୍ଷୀୟ ଋଷି ସୁନକ ବ୍ରିଟେନର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ । ରାଜନୀତିକୁ ଆସିବା ପୂର୍ବରୁ ଋଷି ସୁନକ ୨୦୦୧ରୁ ୨୦୦୪ ପର୍ଯ୍ୟନ୍ତ ନିବେଶ ବ୍ୟାଙ୍କ, ଗୋଲ୍ଡମ୍ୟାନ ସେକ୍ସର ବିଶ୍ଳେଷକ ଥିଲେ । ଏତଦବ୍ୟତୀତ ଋଷି ସୁନକଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି ହେଉଛନ୍ତି ଭାରତୀୟ ଆଇଟି କମ୍ପାନି ଇନଫୋସିସର ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଝିଅ । ଚଳିତ ବର୍ଷ ତାଲିକାରେ ସାମିଲ୍ ଏସୀୟ ଧନୀ ବ୍ୟକ୍ତିଙ୍କ ମୋଟ୍ ସଂପତ୍ତିର ପରିମାଣ ୧୧୩.୨ ବିଲିୟନ ପାଉଣ୍ଡ, ଯାହା ଗତ ବର୍ଷ ତୁଳନାରେ ୧୩.୫ ବିଲିୟନ ପାଉଣ୍ଡ ଅଧିକ ରହିଛି।

Leave A Reply

Your email address will not be published.