ପ୍ରମୁଖ ଖବର

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ
ରାଜ୍ୟରେ ଖୋଲିବ ୮ଟି ନୂଆ ଏଡିଜେ କୋର୍ଟ
ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି
ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି
ଅପାରଗ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର : ସରକାରଙ୍କ ଚେତାବନୀ
୧୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ
ମହିଳା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହେଲେ ବବିତା ପାତ୍ର

ଶତ୍ରୁ ଡ୍ରୋନକୁ ରୋକିବ ଭାରତୀୟ ସେନାର ‘ଇଗଲ ବାହିନୀ’

0

ଉତ୍ତରାଖଣ୍ଡ; ଏଣିକି ଚିଲ ଖସାଇବ ଶତ୍ରୁ ପକ୍ଷର ଡ୍ରୋନ୍ । ସୀମାରେ ପ୍ରବେଶ ମାତ୍ରେ ଶତ୍ରୁର ଡ୍ରୋନକୁ ଝାମ୍ପିନେବ ଭାରତୀୟ ସେନାର ‘ଇଗଲ ବାହିନୀ’ । ଇଣ୍ଡିଆନ୍ ଆର୍ମିରେ ଖୁବଶୀଘ୍ର ସାମିଲ ହେବାକୁ ଯାଉଛି ‘ଫାଲକନ୍ ଟ୍ରୁପ୍’ ବା ‘ଇଗଲ ବାହିନୀ’ । ଉତ୍ତରାଖଣ୍ଡର ଅଉଲିରେ ଇଣ୍ଡୋ-ୟୁଏସ୍ ସମରାଭ୍ୟାସ ବେଳେ ଭାରତରେ ପ୍ରଥମ ଥର ପାଇଁ ଏଭଳି ପରୀକ୍ଷା କରାଯାଇଛି । ଚିଲ ଶତ୍ରୁପକ୍ଷର ଡ୍ରୋନ୍‌କୁ ଟାର୍ଗେଟ କରି ଖସାଇବ । ପ୍ରଶିକ୍ଷିତ ଚିଲ ଜରିଆରେ ଭାରତୀୟ ସେନାର ଏହା ନୂଆ ଯୋଜନା । ଭାରତୀୟ ସୀମାକୁ କୌଣସି ଡ୍ରୋନ୍ ପଶିଲେ ଆକ୍ରମଣ କରିବ ଚିଲ ।

ପ୍ରଥମ ଥର ପାଇଁ ଏଭଳି ଉପାୟ ଆପଣାଇବ ଭାରତୀୟ ସେନା । ଉତ୍ତରାଖଣ୍ଡ ଔଲିରେ ଚାଲିଥିବା ଯୁଦ୍ଧ ଅଭ୍ୟାସରେ ଏହାର ପ୍ରଦର୍ଶନ କରାଯାଇଛି । ସୂଚନା ଅନୁଯାୟୀ, ଭାରତୀୟ ସେନାରେ ଆଉ ଏକ ଶକ୍ତି ସାମିଲ ହେବାକୁ ଯାଉଛି, ଚିଲ ଶକ୍ତି । ଏହି ସେନାରେ ଅଛନ୍ତି ଶହଶହ ପ୍ରଶିକ୍ଷିତ ଚିଲ, ଯିଏ ଶତ୍ରୁର ଡ୍ରୋନକୁ କ୍ଷଣକେ ଚୁରମାର କରିପକାଇବେ । ଏଥିପାଇଁ ଭାରତୀୟ ସେନା ଏମାନଙ୍କୁ ସ୍ୱତନ୍ତ୍ର ଭାବେ ଟ୍ରେନିଙ୍ଗ ଦେଉଛି । ଆଣ୍ଟି ଡ୍ରୋନ ଚିଲ ଓ ଆଣ୍ଟି ଡ୍ରୋନ୍ ଡଗ୍ ଟ୍ରେନିଙ୍ଗ ଏବେ ମିରଟର ରିମାଉଣ୍ଟ ଭେଟେରେନାରୀ କୋର୍ ସେଣ୍ଟରରେ ଚାଲିଛି । ଖୁବ୍ ଶୀଘ୍ର ଏହି ଦୁଇ ପଶୁ ଓ ପକ୍ଷୀ ସେନା ମିଳିତ ଭାବେ ଭାରତୀୟ ସେନାର ଆଣ୍ଟି ଡ୍ରୋନ୍ ମିଶନରେ ସାମିଲ ହେବେ ।

ତେବେ ଚିଲଙ୍କୁ ମୁତୟନ କରିବାର ଆଉ ଏକ ମୁଖ୍ୟ କାରଣ ରହିଛି । ଅନେକ ସମୟରେ ଶତ୍ରୁର ଡ୍ରୋନ୍ ଖୁବ୍ କମ୍ ଉଚ୍ଚତାରେ ଉଡିଥାନ୍ତି । ଏପରି ଡ୍ରୋନ ଦ୍ୱାରା କୌଣସି ସ୍ଥାନର ଗୁଇନ୍ଦାଗିରି କରିବା ସହ ହତିଆର ସପ୍ଲାଏ ,ଡ୍ରଗ୍ସ ଓ ସ୍ମଗଲିଙ୍ଗ କରାଯାଉଛି । ହେଲେ ସ୍ୱଳ୍ପ ଉଚ୍ଚତାରେ ଉଡୁଥିବା ଏହି ଡ୍ରୋନ ଗୁଡିକ ରାଡାର ନିଜରରେ ପଡିନଥାଏ । ଏଥିପାଇଁ ଚିଲକୁ ହତିଆର କରି ଆଣ୍ଟି ଡ୍ରୋନ୍ ମିଶନ୍ ଆରମ୍ଭ କରିଛି ଭାରତୀୟ ସେନା ।

Leave A Reply

Your email address will not be published.