ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

‘ଅବତାର-୨’ ଫିଲ୍ମ ଦେଖିବା ବେଳେ ଚାଲିଗଲା ଜୀବନ

0

କାକିନାଡା; ନିକଟରେ ରିଲିଜ୍‌ ହୋଇଛି ବହୁ ଚର୍ଚ୍ଚିତ ହଲିଉଡ୍‌ ଫିଲ୍ମ ଅବତାର-୨ । ସବୁ ହଲ୍‌ ହାଉସ୍ ଫୁଲ୍ ଥିବା ବେଳେ ଫିଲ୍ମ ରିଲିଜ୍‌ ହେବାର ପ୍ରଥମ ଦିନରେ ଦେଖାଦେଇଛି ଅଘଟଣ । ଆନ୍ଧ୍ରପ୍ରଦେଶ କାକିନାଡ଼ାର ପେଡ୍ଡାପୁରମ୍‌ ସହରରେ ଜଣେ ବ୍ୟକ୍ତି ଅବତାର-୨ ଦେଖୁଥିବା ବେଳେ ପ୍ରାଣ ହରାଇଛନ୍ତି । ଫିଲ୍ମ ଚାଲିଥିବା ବେଳେ ହଠାତ୍‌ ତାଙ୍କର ହୃଦ୍‌ଘାତ ହୋଇଥିଲା । ଆଉ ସେହିଠାରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।

ମୃତବ୍ୟକ୍ତିଙ୍କ ନାଁ ଲକ୍ଷ୍ମିରେଡ୍ଡି ଶ୍ରିନୁ ବୋଲି ଜଣାପଡ଼ିଛି । ସେ ତାଙ୍କ ଭାଇ ରାଜୁ ସହ ଅବତାର-୨ ଦେଖିବା ପାଇଁ ଯାଇଥିଲେ । ଫିଲ୍ମ ଅଧାରେ ଶ୍ରୀନୁଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଭାଇ ଶ୍ରିନୁଙ୍କୁ ଅଚେତ୍‌ ଦେଖି ରାଜୁ ତୁରନ୍ତ ପେଡାପୁରମ୍‌ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଅନୁଯାୟୀ, ୨୦୧୦ରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । ଅବତାର-୧ ଫିଲ୍ମ ଦେଖିବା ବେଳେ ତାଇୱାନ୍‌ର ଜଣେ ୪୨ ବର୍ଷିୟ ବ୍ୟକ୍ତି ହାର୍ଟ-ଆଟାକ୍‌ର ଶିକାର ହୋଇ ପ୍ରାଣ ହରାଇଥିଲେ।

Leave A Reply

Your email address will not be published.