ପ୍ରମୁଖ ଖବର

ଗଜପତି: ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ
ଏପ୍ରିଲ୍‌ ୧୫ ମଙ୍ଗଳବାର ଠାରୁ, ଓଡ଼ିଶାର ଉପକୂଳରେ ବାର୍ଷିକ ୬୦ ଦିନିଆ ଅର୍ଥାତ୍ ୨ ମାସିଆ ମାଛ ଧରିବା ନିଷେଧ
ଓଡ଼ିଶାର କାଗଜବିହୀନ ବିଧାନସଭା ପ୍ରକ୍ରିୟା ଅଧ୍ୟୟନ କରିବା ପାଇଁ ଦିଲ୍ଲୀ ବାଚସ୍ପତି ଭୁବନେଶ୍ୱର ଆସିବେ
ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ
ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ
ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ,ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ

ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର

0

୨୦୨୨ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରରେ ସମ୍ମାନିତ ହେବେ ଓଡ଼ିଆ ଭାଷାରେ କବି ଡ. ଗାୟତ୍ରୀବାଳା ପଣ୍ଡା । କବିତା ପୁସ୍ତକ ‘ଦୟାନଦୀ’ ପାଇଁ ସେ ମର୍ଯ୍ୟାଦାଜନକ ସାହିତ୍ୟ ଏକାଡେମୀ ୨୦୨୨ ପାଇଁ ମନୋନୀତ ହୋଇଛନ୍ତି । ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କା ଅର୍ଥରାଶି ଓ ତାମ୍ର ଫଳକ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସବରେ ତାଙ୍କୁ ପ୍ରଦାନ କରାଯିବ । କବିତା ସଂକଳନ ‘ଦୟାନଦୀ’ କଳିଙ୍ଗ ଯୁଦ୍ଧ ଉପରେ ଆଧାରିତ । ଏଥିରେ ଉତ୍ସର୍ଗ ଓ ପରିଶିଷ୍ଟକୁ ମିଶେଇ ୬୪ଟି କବିତା ରହିଛି ।

ଗାୟତ୍ରୀବାଳା ଏକାଧାରରେ ଜଣେ କବି, ଲେଖିକା, ଏବଂ ଗାଳ୍ପିକା । ତାଙ୍କ ଲିଖିତ କବିତା ଗୁଡିକ ଭିତରେ ଆହତ ପ୍ରତିଶୃତି, ଅସ୍ପଷ୍ଟ ଈଶ୍ୱର, ଗାଁ, ଯେତିକି ଦିଶୁଛି ଆକାଶ, ଆଖି ନାହିଁ କାନ ନାହିଁ, ବାଘ ଆଦି ଅନ୍ୟନ୍ୟ । ସେହିପରି ବିର୍ସଜନ, ନିଜକୁ ନେଇ ସତ ଗପ ଆଦି ତାଙ୍କ ଲିଖିତ କ୍ଷୁଦ୍ର ଗଳ୍ପ ପାଠକ ବେଶ୍ ପସନ୍ଦ କରିଛନ୍ତି । ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ କାଳ କବିତା, ଗପ, ଉପନ୍ୟାସ, ପ୍ରବନ୍ଧ ଓ ଖବରକାଗଜରେ ସ୍ତମ୍ଭ ରଚନା କରି ଯଥେଷ୍ଟ ପାଠକୀୟ ସ୍ୱୀକୃତି ହାସଲ କରିଥିବା କବି ଗାୟତ୍ରୀବାଳା ପଣ୍ଡାଙ୍କର ଅଦ୍ୟାବଧି ୨୫ଖଣ୍ଡ ପୁସ୍ତକ ପ୍ରକାଶ ପାଇଛି । ସେଥିମଧ୍ୟରୁ ଓଡ଼ିଆ ଭାଷାରେ ବାରଟି କବିତା ସଂକଳନ, ଦୁଇଟି ଗଳ୍ପ ସଂକଳନ, ଦୁଇଟି ଉପନ୍ୟାସ ଏବଂ ଗୋଟିଏ ପ୍ରବନ୍ଧ ସଂକଳନ ପ୍ରକାଶ ପାଇଛି ।

ଏହା ପୂର୍ବରୁ ଗାୟତ୍ରୀବାଳା ୨୦୧୧ରେ କବିତା ସଂକଳନ “ଗାଁ” ପାଇଁ ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପାଇଥିଲେ । ଗାୟତ୍ରୀବାଳା, ୧୯୭୭ ମସିହା ଅପ୍ରେଲ ୧୭ ତାରିଖରେ ଜଗତସିଂହପୁର ଜିଲ୍ଲାର ସାଦେଇପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଗୋଲକ ବିହାରୀ ପଣ୍ଡା ଓ ମାତାଙ୍କ ନାମ ଅରୁଣିମା ପଣ୍ଡା ଏବଂ ସେ ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜଙ୍କ ଧର୍ମପତ୍ନୀ ।
ଗାୟତ୍ରୀବାଳା, ପ୍ରାୟ ଛଅ ସାତ ବର୍ଷ ବୟସରୁ କବିତା ଲେଖିବା ଆରମ୍ଭ କରିଥିଲେ । ଗାୟତ୍ରୀବାଳାଙ୍କ ଜେଜେବାପା ଜଣେ ଉପନ୍ୟାସିକ ଥିଲେ ଓ ତାଙ୍କଠାରୁ ଗାୟତ୍ରୀବାଳା ଅନୁପ୍ରାଣିତ ହୋଇଥିଲେ । ପିଲାବେଳରୁ ସେ, ନିଜ ଦୁଃଖ ଓ ଅସହୟତା ଯାହାକୁ ଅନ୍ୟଭାବରେ କହି ପାରୁନଥିଲେ ତାହା କବିତା ମାଧ୍ୟମରେ ପ୍ରକାଶ କରିପାରୁଥିଲେ । ବାର ବର୍ଷ ହେବା ବେଳକୁ, ତାଙ୍କର ପ୍ରଥମ କବିତା ପ୍ରକାଶିତ ହୋଇସାରିଥିଲା । ୨୦୦୦ ମସିହାରେ, ରାଜ୍ୟ ଯୁବ ପୁରସ୍କାର ତାଙ୍କୁ ଲୋକଲୋଚନକୁ ଆଣିବାରେ ସହାୟକ ହୋଇଥିଲା ।

ସାହିତ୍ୟ ଏକାଡେମୀ ପୁରସ୍କାର ନେଇ ଡ. ଗାୟତ୍ରୀବାଳା କହିଛନ୍ତି କି, ଏହି ମର୍ଯ୍ୟାଦାଜନକ ପୁରସ୍କାର ମତେ ନୁହେଁ, ମୋ ଲିଖିତ କବିତା ପୁସ୍ତକ ‘ଦୟାନଦୀ’ ପାଇଁ ମତେ ମିଳିଛି ଓ ଏହି ପୁରସ୍କାର ହେଉଛି ପାଠକଙ୍କ ଶ୍ରଦ୍ଧା ଓ ସଦିଚ୍ଛା ବୋଲି ଡ. ଗାୟତ୍ରୀବାଳା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏହା ସହ ଏହା ତାଙ୍କୁ ତାଙ୍କର ଲେଖନୀ ପ୍ରତି ଆହୁରି ଦାୟିତ୍ୱବଦ୍ଧ କରିବ ବୋଲି କହିଛନ୍ତି । ତେବେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ, ଅଗ୍ରଜ ସାହିତି୍ୟକ ଓ ସତୀର୍ଥଙ୍କ ଶୁଭେଚ୍ଛା, ପରିବାରର ପ୍ରେରଣା ଓ ସହଯୋଗ ଯୋଗୁଁ ଏହି ସମ୍ମାନ ତାଙ୍କୁ ମିଳିପାରିଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.