ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

ବଡଦିନରେ ସୋଆ କ୍ୟାମ୍ପସ୍ ଯିବ ବିଶ୍ୱକପ୍ ହକି ଟ୍ରଫି

0

ଭୁବନେଶ୍ୱର, ୨୩/୧୨: ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍ ପ୍ରତିଯୋଗିତା ଆସନ୍ତା ଜାନୁଆରୀ ୧୩ ରୁ ୨୯ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ବେଳେ ଏହାର ଟ୍ରଫି ବଡ଼ଦିନ ଦିନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିସରକୁ ଆସିବ । ଭାରତ ସମେତ ୧୬ଟି ଦେଶ ଏହି ବିଶ୍ୱକପ୍‌ରେ ଭାଗ ନେଉଥିôବା ବେଳେ ଡିସେମ୍ବର ୨୫ରେ ମନ୍ଦିରମାଳିନୀ ସହର ଭୁବନେଶ୍ୱର ସାରା ବୁଲିବ ଏହି ଟ୍ରଫି ।

ଏହି ଟ୍ରଫି ବର୍ତମାନ ସାରା ଦେଶରେ ବୁଲି ବୁଲି ପ୍ରଦର୍ଶିତ ହେଉଥିବା ବେଳେ ଆସନ୍ତା ଡିସେମ୍ବର ୨୫ ରେ ଭୁବନେଶ୍ୱରରେ ପହଂଚିବ ଏବଂ ସାଧାରଣ ଜନତା ଏହାକୁ ଦେଖିବା ନିମନ୍ତେ ସହରର ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ କରାଯିବ । ଏହି ଟ୍ରଫିଟି ସୋଆର କ୍ୟାମ୍ପସ ୨ ସଂଲଗ୍ନ ନୂତନ ଷ୍ଟାଡିୟମ୍‌ରେ କିଛି ସମୟ ପାଇଁ ରଖାଯିବାର କାର୍ଯ୍ୟକ୍ରମ ଥିବା ବେଳେ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟତ୍ରୀ ଓ କର୍ମକର୍ତାମାନେ ଏହି ଟ୍ରଫିକୁ ଦେଖବାର ସୁଯୋଗ ପାଇବେ ଏବଂ ହକି ବିଶ୍ୱକପ୍ ଭଳି ଆନ୍ତର୍ଜାତୀୟ କାର୍ଯ୍ୟକ୍ରମର ଅଂଶୀ ହୋଇପାରିବେ । ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ସୋଆ ପକ୍ଷରୁ ଏହି ଟ୍ରଫିକୁ ସ୍ୱାଗତ କରିବେ । ଏନ୍‌ସିସି କ୍ୟାଡେଟ୍‌ମାନେ ପରେଡ୍ ମାର୍ଚ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର ଯୋଜନା ରଖାଯାଇଛି ।

ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ବିଶ୍ୱକପ ହକି ଚାମ୍ପିଅନସିପ୍ ଅନୁଷ୍ଠିତ ହେଉଥିବା ବେଳେ ୨୦୧୮ରେ ଆୟୋଜିତ ହୋଇଥିବା ବିଶ୍ୱ ଚାମ୍ପିଅନ୍‌ସିପ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ଠାରେ ଆୟୋଜନ କରାଯାଇଥିଲା । ହକି ବିଶ୍ୱକପ୍‌ର ୧୫ ତମ ସଂସ୍କରଣର ମ୍ୟାଚଗୁଡ଼ିକ ଚଳିତ ଥର ଓଡ଼ିଶାର ଦୁଇଟି ସ୍ଥାନ- ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଏବଂ ରାଉରକେଲା ସ୍ଥିତ ନୂତନ ଭାବେ ନିର୍ମିତ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ରେ ଖେଳାଯିବାର ଆୟୋଜନ କରାଯାଇଛି ।

Leave A Reply

Your email address will not be published.