ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ସଚିବ ୫-ଟି ଙ୍କ ପୁରୀ, କୋଣାର୍କ ଓ କାକଟପୁର ପରିଦର୍ଶନ

0
  • ମା ମଙ୍ଗଳା ପୀଠ ର ହେବ ଉନ୍ନତିକରଣ
  • ପନ୍ଦର ଦିନରେ ଯୋଜନା ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ.
  • ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ କାମ ଜୁନ୍ ୨୩ ସୁଦ୍ଧା ଶେଷ ହେବ .
  • କୋଣାର୍କ ଚନ୍ଦ୍ରଭାଗା ରାସ୍ତା ସମ୍ପ୍ରସାରଣ ଏପ୍ରିଲ ୨୦୨୩ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ .

ଭୁବନେଶ୍ବର; ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ ୫-ଟି ଶ୍ରୀ ଭି କେ ପାଣ୍ଡିଆନ୍ ଆଜି ସକାଳେ ପୁରୀ କୋଣାର୍କ ଓ କାକଟପୁର ଗସ୍ତରେ ଯାଇ ବିଭିନ୍ନ ବିକାଶ କାମ ବୁଲି ଦେଖିବା ସହ ମା ମଙ୍ଗଳାଙ୍କ ପୀଠର ଉନ୍ନତିକରଣ ସମ୍ପର୍କରେ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ।

ଜଗନ୍ନାଥ ସଂସ୍କୃତି ରେ ମା ମଙ୍ଗଳାଙ୍କ ପୀଠ ର ସ୍ଵତନ୍ତ୍ର ମହତ୍ତ୍ୱ ରହିଛି .ବିଶେଷ କରି ନବକଳେବର ସମୟରେ ଦାରୁ ଅନ୍ୱେଷଣ କାର୍ଯ୍ୟ ମାଆଙ୍କ ନିର୍ଦ୍ଦେଶ ରେ କରଯାଇଥାଏ ବୋଲି ବିଶ୍ବାସ ରହିଛି .ଏତଦବ୍ୟତୀତ ଓଡ଼ିଶାର ପ୍ରମୂଖ ଶକ୍ତି ପୀଠ ଭାବରେ ମା ମଙ୍ଗଳା ପୀଠ ଓଡ଼ିଶାର ଘରେ ଘରେ ପରିଚିତ।ପ୍ରତିଦିନ ହଜାର ହଜାର ଭକ୍ତ ମା ଙ୍କ ଦର୍ଶନ ପାଇଁ କାକଟପୁର ଆସିଥାନ୍ତି .ତେଣୁ ୫-ଟି ଉପକ୍ରମ ରେ ଏ ପୀଠର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଗସ୍ତ ଅବସରରେ ଶ୍ରୀ ପାଣ୍ଡିଆନ୍ ମଙ୍ଗଳା ପୀଠର ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ପୀଠର ଉନ୍ନତିକରଣ ବିଷୟରେ ଆଲୋଚନା କରିଥିଲେ। ମନ୍ଦିର ଜଳନିଷ୍କାସନ, ପାର୍କିଂ ଯାତ୍ରୀଙ୍କ ସୁବିଧା ପ୍ରାଚୀ ନଦୀ ଘାଟ ର ଉନ୍ନତିକରଣ ଆଦି ପାଇଁ ପଦକ୍ଷେପମାନ ଗ୍ରହଣ କରାଯିବ.

ଏଥି ନିମନ୍ତେ ସେବାୟତ ସ୍ଥାନୀୟ ଲୋକ ଓ ଟ୍ରଷ୍ଟି ମାନଙ୍କ ସହ ଆଲୋଚନା କରି ବିସ୍ତୁତ ଯୋଜନା ପନ୍ଦର ଦିନ ମଧ୍ୟରେ ପ୍ରସ୍ତୁତ କରିବା ନିର୍ଦ୍ଦେଶ ଦେଇଥିଲେ।ଏହା ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ ବୋଲି ଶ୍ରୀ ପାଣ୍ଡିଆନ୍ ପ୍ରକାଶ କରିଥିଲେ। ଓବିସିସି ଏହି ଯୋଜନା ପ୍ରସ୍ତୁତ କରିବ। ପୂର୍ବରୁ ଶ୍ରୀ ପାଣ୍ଡିଆନ୍ ପୁରୀ ରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ପରିକ୍ରମା ପ୍ରକଳ୍ପ ବୁଲି ଦେଖିଥିଲେ। ସେଠାରୁ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ନିର୍ମାଣ କାମ ବୁଲି ଦେଖିଥିଲେ ଓ ଅଗ୍ରଗତି ର ସମୀକ୍ଷା କରିଥିଲେ।୨୦୨୩ ଜୁନ୍ ସୁଦ୍ଧା teaching hospital କାମ ଶେଷ ହେବ ବୋଲି ସମୀକ୍ଷା ରୁ ଜଣାଯାଇଛି।

.ପରେ କୋଣାର୍କ ଯାଇ ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ଚନ୍ଦ୍ରଭାଗା ବେଳାଭୂମି ବିକାଶ କାମ, କୋଣାର୍କ ଚନ୍ଦ୍ରଭାଗା ରାଜ୍ୟ ରାଜପଥର ସମ୍ପ୍ରସାରଣ ଓ ନୂଆ ରିଂ ରୋଡ କାମ ଅନୁଧ୍ୟାନ କରିଥିଲେ। କାମର ଅଗ୍ରଗତି ମଧ୍ୟ ମୁଖ୍ୟମନ୍ତ୍ରୀ ଙ୍କ ସଚିବ ୫-ଟି ଶ୍ରୀ ପାଣ୍ଡିଆନ୍ ସମୀକ୍ଷା କରିଥିଲେ। କୋଣାର୍କ ଚନ୍ଦ୍ରଭାଗା ରାଜପଥ ସମ୍ପ୍ରସାରଣ କାମ ୨୦୨୩ ଏପ୍ରିଲ ସୁଦ୍ଧା ଶେଷ କରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ।୫-ଟି ସଚିବ ଙ୍କ ପରିଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ,ଏସପି, ତଥା ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.