ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଦିନକରେ ୩ କୋଟି ୭୦ ଲକ୍ଷ ସଂକ୍ରମିତ ଚିହ୍ନଟ

0

ଚୀନ; ଚୀନରେ ପୁଣିଥରେ ଘାତକ ହେଲାଣି କରୋନା ମହାମାରୀ । ଚଳିତଥର ପୂର୍ବର ସବୁ ରେକର୍ଡ ଭାଙ୍ଗିପାରେ କୋଭିଡ୍ । ଗ୍ଲୋବାଲ ହେଲ୍ଥ ଇଂଟେଲିଜେନ୍ସ ସଂସ୍ଥା ଏୟାରଫିନିଟିର ଆକଳନ ଅନୁଯାୟୀ ଏହି ଲହର ସପ୍ତାହକରେ ଶୀର୍ଷ ଛୁଇଁବ । ଚଳିତ ସପ୍ତାହରେ ଦିନକରେ ପ୍ରାୟ ୩ କୋଟି ୭୦ ଲକ୍ଷ ଲୋକ କୋଭିଡରେ ସଂକ୍ରମିତ ହୋଇଛନ୍ତି ।

ଗତ ୨୦ ଦିନରେ ୨୪ କୋଟିରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଡିସେମ୍ବରର ପ୍ରଥମ ୨୦ ଦିନରେ ୨୪୮ ନିୟୁତ ଲୋକ ତଥା ମୋଟ୍ ଜନସଂଖ୍ୟାର ୧୮ ପ୍ରତିଶତ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଏହି ଅନୁମାନ ସତ ହେଲେ ଜାନୁଆରୀ ୨୦୨୩ରେ ଚୀନରେ ସଂକ୍ରମଣ ଓ ମୃତ୍ୟୁର ନୂଆ ରେକର୍ଡ ହେବ । ଏଥିସହିତ ଚୀନରେ ଚାଲିଥିବା ଲହର ଓ ଏବଂ ଜାନୁଆରୀରେ ଆସିବାକୁ ଥିବା ଲହର ବିଶ୍ୱରେ ସବୁ ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି ।

ଚୀନରେ ଏବେ ଦୈନିକ ୧୦ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି । ଦୈନିକ ପ୍ରାୟ ୫ ହଜାର ଲୋକଙ୍କ ମୃତ୍ୟୁ ହେଉଛି । ସେପଟେ ଚୀନରେ ପୁଣି ଥରେ ଲାଗୁ ହେବ ଜିରୋ କୋଭିଡ ପଲିସି । ବେଜିଂରେ ବ୍ୟାପକ ମାତ୍ରାରେ ଲୋକେ କରୋନାରେ ସଂକ୍ରମିତ ହୋଇଛନ୍ତି । ଅନ୍ୟପଟେ ଚୀନରେ ଘାତକ ସାଜିଛି କୋଭିଡ୍ ଭୂତାଣୁ ଓମିକ୍ରନର ସବଭାରିଆଣ୍ଟ ବିଏଫ୍.୭ । ହେଲେ ଭାରତ ପାଇଁ ଏବେ ସୁଦ୍ଧା କୌଣସି ବିପଦ ନଥିବା ବିଶେଷଜ୍ଞ କହିଛନ୍ତି । ଏହି ବିଏଫ୍.୭ ଭାରତରେ କିଛି ମାସ ପୂର୍ବରୁ ଚିହ୍ନଟ ହୋଇଥିଲା । ହେଲେ ଏହା ଦ୍ୱାରା ସଂକ୍ରମଣ ବୃଦ୍ଧି ହୋଇନଥିଲା । ତେଣୁ ଚୀନ୍ ଭଳି ଭାରତର ସ୍ଥିତି ହେବା ଆଶଙ୍କା କମ୍ ବୋଲି ବିଶେଷଜ୍ଞ କହିଛନ୍ତି ।

Leave A Reply

Your email address will not be published.