ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ବିସ୍ଫୋରଣରେ ୧୦ ମୃତ, ୪୦ରୁ ଅଧିକ ଆହତ

0

ଜୋହାନ୍ସବର୍ଗ; ଜୋହାନ୍ସବର୍ଗରେ ଗ୍ୟାସ୍ ଟ୍ୟାଙ୍କରରେ ଘଟିଲା ବିସ୍ଫୋରଣ । ଏହି ବିସ୍ଫୋରଣରେ ୧୦ ଜଣ ଜୀବନ ହରାଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣରେ ନିକଟସ୍ଥ ଏକ ହସ୍ପିଟାଲର କିଛି ଅଂଶ, ଦୁଇଟି କୋଠା ଓ ଏକାଧିକ ଗାଡ଼ି ନଷ୍ଟ ମଧ୍ୟ ପୋଡ଼ି ନଷ୍ଟ ହୋଇଯାଇଛି ଜଣାପଡିଛି ।

ସୂଚନା ଅନୁଯାୟୀ, ଏକ ପୋଲ ତଳେ ଟ୍ୟାଙ୍କର୍‌ଟି ଯାଉଥିବା ସମୟରେ ଲାଖିଯାଇଥିଲା । ଆଉ ଘର୍ଷଣ ଯୋଗୁଁ ସେଥିରେ ନିଆଁ ଲାଗି ଯାଇଥିଲା । ତେବେ ବିସ୍ଫୋରଣ ଏତେ ଭୟଙ୍କର ରହିଥିଲା ଯେ ସେଠାରେ ଉପସ୍ଥିତ ଥିବା ଆଠ ଜଣଙ୍କର ବ୍ୟକ୍ତି ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଆଉ ଦୁଇ ଜଣ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।

ଏହି ବିସ୍ଫୋରଣ ଯୋଗୁଁ ଏକ ହସ୍ପିଟାଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହା ପରେ ରୋଗୀମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା । ଏହାସହ ଆଖପାଖ ଅଟ୍ଟାଳିକା ଉପରେ ମଧ୍ୟ ବିସ୍ପୋରଣର ପ୍ରଭାବ ପଡ଼ିଛି । ଖବର ଅନୁଯାୟୀ , ବର୍ତ୍ତମାନ ୧୯ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବାରୁ ଆଗାମୀ ସମୟରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି ।

Leave A Reply

Your email address will not be published.