ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ନୂଆ ବର୍ଷରୁ ନୂଆ ଗାଇଡଲାଇନ୍

0

ନୂଆଦିଲ୍ଲୀ; ବିଶ୍ବରେ ପୁଣି ମୁଣ୍ଡ ଟେକିଲାଣି କରୋନା । ଚୀନ, ଆମେରିକା, ଜାପାନ ସମେତ ଅନେକ ଦଶରେ ମଧ୍ୟ କରୋନା ସଂକ୍ରମଣ ଅଣଆୟତ ହୋଇଛି । ଆଗକୁ କରୋନାର ୪ର୍ଥ ଲହର ଆସିବା ନେଇ ବୈଜ୍ଞାନିକ ଆକଳନ କରିଛନ୍ତି । ଭାରତରେ ଓମିକ୍ରନର BF.7 ଭ୍ୟାରିଏଣ୍ଟର କେସ୍ ମିଳିବା ପରେ ଲୋକମାନେ ଏହାକୁ ନେଇ ଚିନ୍ତିତ ହୋଇପଡିଛନ୍ତି । ସେପଟେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯେତେବେଳେ ଚୀନରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇଛି, ସେତେବେଳେ ୪୦ ଦିନ ପରେ ଭାରତରେ ଏହାର ପ୍ରକୋପ ଦେଖିବାକୁ ମିଳିଛି ।

ଏହି କରୋନା ବିପଦ ମଧ୍ୟରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି କି, ଜାନୁଆରୀ ପହିଲାରୁ ଚୀନ, ଜାପାନ, ଦକ୍ଷିଣକୋରିଆ, ସିଂଗାପୁର ଓ ଥାଇଲାଣ୍ଡରୁ ଭାରତ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯିବ । ଏହାସହ ସେଠାରୁ ଯାତ୍ରା କରିବା ପୂର୍ବରୁ ସେମାନଙ୍କର କୋଭିଡ ରିପୋର୍ଟ ବିମାନ ସୁବିଧା ପୋର୍ଟାଲରେ ଅପଲୋଡ କରିବା ବାଧ୍ୟତାମୂଳକ ।

ସୂଚନାଯୋଗ୍ୟ; ଏଣିକି ନୂଆବର୍ଷ ଅର୍ଥାତ ୨୦୨୩ ଜାନୁଆରୀ ୧ରୁ ଦେଶରେ ଲାଗୁ ହେବ ନୂଆ ନିୟମ। ଚାଇନା ଓ ଅନ୍ୟ ୫ ଦେଶରୁ ଆସୁଥିବା ଲୋକମାନଙ୍କୁ ଏଣିକି ନିଜର କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ଭାବେ ଦେଖାଇବାକୁ ପଡ଼ିବ। ସେମାନେ ନେଗେଟିଭ ରିପୋର୍ଟ ଦେବା ପରେ ହିଁ ଭାରତ ଆସିବାକୁ ଅନୁମତି ପାଇବେ। ଚାଇନା, ହଂକଂ, ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର ଓ ଥାଇଲ୍ୟାଣ୍ଡରୁ ଆସୁଥିବା ଲୋକମାନଙ୍କ ପାଇଁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ । ଏହି ସବୁ ଦେଶରୁ ଭାରତ ଆସିବାକୁ ଥିବା ଲୋକମାନେ ପ୍ରଥମେ ନିଜର ନେଗେଟିଭ ରିପୋର୍ଟ ଏୟାର ସୁବିଧା ପୋର୍ଟାଲରେ ଅପଲୋଡ କରିବେ। ଏହାପରେ ସେମାନଙ୍କୁ ଭାରତ ଅଭିମୁଖେ ଉଡ଼ାଣ କରିବାକୁ ଅନୁମତି ମିଳିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.