ପ୍ରମୁଖ ଖବର

ୟୁଜିସି-ନେଟ୍ ପରୀକ୍ଷା ତାରିଖରେ ପରିବର୍ତ୍ତନ: ଏବେ ୟୁଜିସି-ନେଟ୍ ପରୀକ୍ଷା ଜୁନ୍ ୧୬ ରବିବାର ପରିବର୍ତ୍ତେ ଜୁନ ୧୮ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ
ୟୁଜିସି ମୁଖ୍ୟ ଜଗଦୀଶ କୁମାର ମାଇକ୍ରୋବ୍ଲଗିଂ ସାଇଟ୍ ‘ଏକ୍ସ’ରେ ଏ ନେଇ ସୂଚନା ଦେଇଛନ୍ତି
ଇସ୍ତଫା ଦେବା ଖବରକୁ ନୀତେଶ ଗଙ୍ଗଦେବଙ୍କ ଖଣ୍ଡନ, ଫେସବୁକ୍ ଆଇଡି ହ୍ୟାକ୍ ହେଇଥିବା ନେଇ ଦେଲେ ସୂଚନା
୧୦% କର୍ମଚାରୀଙ୍କୁ ଛଟେଇ କରିବ ଓଲା, ଇସ୍ତଫା ଦେଲେ ସିଇଓ ହେମନ୍ତ ବକ୍ସି
ଆସନ୍ତାକାଲି ହିଞ୍ଜିଳି ଏବଂ ଆସନ୍ତା ୨ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
୪୪.୮ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର, ଆହୁରି ୪ରୁ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ଲହରୀ

ନୂଆବର୍ଷରେ ରାଉଲକେଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର; ରାଉଲକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାନୁୟାରୀ ୫ ତାରିଖରେ ରାଉଲକେଲା ଗସ୍ତ କରି ବିର୍ସାମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମର ଉଦଘାଟନ କରିବେ । ଏଥିସହିତ ରାଉଲକେଲରୁ ମୋ ବସ ସେବା ଏବଂ ରାଉଲକେଲା ତଥା ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

ସେହିପରି ଜାନୁୟାରୀ ୭ରୁ ରାଉଲକେଲାରୁ କମର୍ସିଆଲ୍ ବିମାନ ଚଳାଚଳ ଆରମ୍ଭ କରିବ । ହକି ବିଶ୍ୱକପ୍ ପାଇଁ ଜାନୁୟାରୀ ୧୨ ତାରିଖରେ ରାଉଲକେଲାରେ ଟ୍ରଫି ପହଞ୍ଚିବ ଏବଂ ୧୩ ତାରିଖରେ ଆରମ୍ଭ ହେବ ହକି ମହାକୁମ୍ଭ । ଅନ୍ୟପଟେ ଜାନୁଆରୀ ୧୪ରୁ ସେକ୍ଟର ୧୩ ମେଳନ ପଡିଆରେ ରାଉଲକେଲା ସିଟି ଫେଷ୍ଟ ଆରମ୍ଭ ହେବ । ଏଥିରେ ବିଭିନ୍ନ ମାର୍କେଟ ସହିତ ଖାଦ୍ୟ, ସେଲିବ୍ରିଟି ନାଇଟ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.