ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନିର୍ମାଣ କାର୍ଯ୍ୟ ଉପରେ ରୋକ ଲଗାଇଲା ବିଏମ୍‌ସି

0

ଭୁବନେଶ୍ୱର; ମଙ୍ଗଳବାର ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ ମାସେ ପାଇଁ ଭୁବନେଶ୍ୱରରେ ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଲଗାଇଛନ୍ତି। ହକି ବିଶ୍ୱକପ୍‌ ପାଇଁ ବିଏମ୍‌ସି ଏହି କଟକଣା ଜାରି କରିଛି।

ଉଲ୍ଲେଖାଯୋଗ୍ୟ; ଚଳିତ ମାସରେ ଓଡ଼ିଶାରେ ହେବ ହକି ବିଶ୍ୱକପ୍‌। ଭୁବନେଶ୍ୱର ଓ ରାଉରକେଲାରେ ମ୍ୟାଚ୍ ଗୁଡ଼ିକ ଖେଳା ଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ସେଥିପାଇଁ ମାସକ ପାଇଁ ସହରରେ ଆବଶ୍ୟକତା ନଥିଲେ କୌଣସି ନିର୍ମାଣ କାର୍ଯ୍ୟ ନକରିବାକୁ ବିଏମ୍‌ସି ପକ୍ଷରୁ ପରାମର୍ଶ ଦିଆଯାଇଛି। ଅଯଥାରେ ନିର୍ମାଣ ନାଁରେ ରାସ୍ତାଘାଟ ଖୋଳିବା ଉପରେ ବିଏମ୍‌ସି କଟକଣା ଲଗାଇଛି। ଏନେଇ ସମସ୍ତ ଏଜେନ୍ସି ସହ ବିଏମ୍‌ସି ଆଲୋଚନା କରିଛି।ଆହୁରି ପଢ଼ନ୍ତୁ

ଏହାସହ ଭୁବନେଶ୍ୱର ସହରର ସମସ୍ତ ଛୋଟ ବଡ଼ ମାର୍କେଟକୁ କିଭଳି ସୁସଜ୍ଜିତ କରାଯିବ, ସେନେଇ ସମସ୍ତ ମାର୍କେଟ ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ। ହକି ବିଶ୍ୱକପ୍ ପୂର୍ବରୁ ଭୁବନେଶ୍ୱରର ପ୍ରମୁଖ ରାସ୍ତାର ଉଭୟ ପାର୍ଶ୍ୱକୁ ହୋର୍ଡିଂ ମୁକ୍ତ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି ବିଏମସି।ସେହିଭଳି ପ୍ରମୁଖ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ବ୍ୟବସାୟିକ ଓ ଘରୋଇ ପ୍ରତିଷ୍ଠାନ ଏବଂ ଗୃହକୁ ଆଲୋକରେ ସୁସଜ୍ଜିତ କରିବାକୁ ଲୋକଙ୍କୁ ବିଏମ୍‌ସି ପକ୍ଷରୁ ଆହ୍ୱାନ କରାଯାଇଛି।

ଏହାଛଡା ହକି ହବିଶ୍ୱକପ୍ ଲାଗି ପୂର୍ବରୁ ରାଉରକେଲାରେ ଥିବା ୨୨ଟି ସ୍ପଞ୍ଜ ଆଇରନ୍ କାରଖାନାକୁ ମାସକ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଜାନୁଆରୀ ୧୩ ତାରିଖରୁ ହକି ବିଶ୍ୱକପ୍ ଆରମ୍ଭ ହେଉଥିବା ବେଳେ ଏହା ଜାନୁଆରୀ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ।

Leave A Reply

Your email address will not be published.