ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ନିର୍ମାଣ କାର୍ଯ୍ୟ ଉପରେ ରୋକ ଲଗାଇଲା ବିଏମ୍‌ସି

0

ଭୁବନେଶ୍ୱର; ମଙ୍ଗଳବାର ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ ମାସେ ପାଇଁ ଭୁବନେଶ୍ୱରରେ ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଲଗାଇଛନ୍ତି। ହକି ବିଶ୍ୱକପ୍‌ ପାଇଁ ବିଏମ୍‌ସି ଏହି କଟକଣା ଜାରି କରିଛି।

ଉଲ୍ଲେଖାଯୋଗ୍ୟ; ଚଳିତ ମାସରେ ଓଡ଼ିଶାରେ ହେବ ହକି ବିଶ୍ୱକପ୍‌। ଭୁବନେଶ୍ୱର ଓ ରାଉରକେଲାରେ ମ୍ୟାଚ୍ ଗୁଡ଼ିକ ଖେଳା ଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ସେଥିପାଇଁ ମାସକ ପାଇଁ ସହରରେ ଆବଶ୍ୟକତା ନଥିଲେ କୌଣସି ନିର୍ମାଣ କାର୍ଯ୍ୟ ନକରିବାକୁ ବିଏମ୍‌ସି ପକ୍ଷରୁ ପରାମର୍ଶ ଦିଆଯାଇଛି। ଅଯଥାରେ ନିର୍ମାଣ ନାଁରେ ରାସ୍ତାଘାଟ ଖୋଳିବା ଉପରେ ବିଏମ୍‌ସି କଟକଣା ଲଗାଇଛି। ଏନେଇ ସମସ୍ତ ଏଜେନ୍ସି ସହ ବିଏମ୍‌ସି ଆଲୋଚନା କରିଛି।ଆହୁରି ପଢ଼ନ୍ତୁ

ଏହାସହ ଭୁବନେଶ୍ୱର ସହରର ସମସ୍ତ ଛୋଟ ବଡ଼ ମାର୍କେଟକୁ କିଭଳି ସୁସଜ୍ଜିତ କରାଯିବ, ସେନେଇ ସମସ୍ତ ମାର୍କେଟ ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ। ହକି ବିଶ୍ୱକପ୍ ପୂର୍ବରୁ ଭୁବନେଶ୍ୱରର ପ୍ରମୁଖ ରାସ୍ତାର ଉଭୟ ପାର୍ଶ୍ୱକୁ ହୋର୍ଡିଂ ମୁକ୍ତ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି ବିଏମସି।ସେହିଭଳି ପ୍ରମୁଖ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ବ୍ୟବସାୟିକ ଓ ଘରୋଇ ପ୍ରତିଷ୍ଠାନ ଏବଂ ଗୃହକୁ ଆଲୋକରେ ସୁସଜ୍ଜିତ କରିବାକୁ ଲୋକଙ୍କୁ ବିଏମ୍‌ସି ପକ୍ଷରୁ ଆହ୍ୱାନ କରାଯାଇଛି।

ଏହାଛଡା ହକି ହବିଶ୍ୱକପ୍ ଲାଗି ପୂର୍ବରୁ ରାଉରକେଲାରେ ଥିବା ୨୨ଟି ସ୍ପଞ୍ଜ ଆଇରନ୍ କାରଖାନାକୁ ମାସକ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଜାନୁଆରୀ ୧୩ ତାରିଖରୁ ହକି ବିଶ୍ୱକପ୍ ଆରମ୍ଭ ହେଉଥିବା ବେଳେ ଏହା ଜାନୁଆରୀ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ।

Leave A Reply

Your email address will not be published.