ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଚଳିତବର୍ଷ ଚିଲିକାକୁ ଆସିଛନ୍ତି ଅଧିକ ପକ୍ଷୀ

0

ପୁରୀ; ସରିଛି ପକ୍ଷୀ ଗଣନା । ଚଳିତ ବର୍ଷ ଚିଲିକାକୁ ଆସିଛନ୍ତି ଅଧିକ ପକ୍ଷୀ । ଚିଲିକାରେ ଏଥର ୧୮୪ ପ୍ରଜାତିର ୧୧ଲକ୍ଷ ୩୧ହଜାର ୯୨୯ଟି ରଙ୍ଗବେରଙ୍ଗର ପକ୍ଷୀ ଆସିଛନ୍ତି । ଯାହା ଗତବର୍ଷ ଠାରୁ ୫୭ହଜାର ୭୫୬ ଅଧିକ ଅଟନ୍ତି । ସେପଟେ ପକ୍ଷୀ ଅଭୟାରଣ୍ୟ ‘ନଳବଣ’ରେ ଚଳିତବର୍ଷ ୯୮ ପ୍ରଜାତିର ୩ଲକ୍ଷ ୪୨ହଜାର ପକ୍ଷୀ ଥିବା ଗଣନାରୁ ସ୍ପଷ୍ଟ ହୋଇଛି । ଚିଲିକାର ପକ୍ଷୀ ସଂଖ୍ୟା ସାମଗ୍ରିକ ଭାବେ ବୃଦ୍ଧି ପାଇଥିଲେ ମଧ୍ୟ ପକ୍ଷୀ ଅଭୟାରଣ୍ୟ ‘ନଳବଣ’ରେ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ବ ପକ୍ଷୀ କମ୍ ଥିବା ଡିଏଫ୍‌ଓ ପି. ରାମ ସ୍ୱାମୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ମୋଟ ପକ୍ଷୀ ମଧ୍ୟରୁ ୧୦୫ ପ୍ରଜାତିର ୧୦ ଲକ୍ଷ ୯୩ ହଜାର ୪୯ ବିଦେଶୀ ପକ୍ଷୀ ଏଥର ଚିଲିକା ଆସିଛନ୍ତି । ମୋଟ ୬୯ ଦେଶୀ ପ୍ରଜାତିର ୩୮ ହଜାର ୮ ଶହ ୮୦ ପକ୍ଷୀ ଦେଖିବାକୁ ମିଳିଛି। ନର୍ଦ୍ଧନ ପିଣ୍ଟେଲ ପ୍ରଜାତିର ସର୍ବାଧିକ ୨ଲକ୍ଷ ୭୨୯ ହଜାର , ଗର୍ଡୱାଲ ୨ଲକ୍ଷ , ୟୁଜିଅନ ୧ଲକ୍ଷ ୩୦ହଜାର ପକ୍ଷୀ ଅଛନ୍ତି । ସେହିଭଳି ୩୭ ହଜାର ଆକର୍ଷଣୀୟ ଫ୍ଲେମିଂଗୋ (ଏରା) ପକ୍ଷୀ ଦେଖିବାକୁ ମିଳିଛନ୍ତି ।

ତେବେ ଗତବର୍ଷ ଚିଲିକାକୁ ୧୮୩ ପ୍ରଜାତିର ୧୦ ଲକ୍ଷ ୭୪ ହଜାର ୧ ଶହ ୭୩ ପକ୍ଷୀ ଚିଲିକାକୁ ଆସିଥିଲେ। ଖବର ଅନୁଯାୟୀ, ବୁଧବାର ଚିଲିକାରେ ପକ୍ଷୀ ଗଣନା କରାଯାଇଥିଲା। ସକାଳ ୬ଟାରୁ ମଧ୍ୟାହ୍ନ ସମୟ ପର୍ଯ୍ୟନ୍ତ ଗଣନା କାର୍ଯ୍ୟ କରାଯାଇଥିଲା। ବନ ବିଭାଗର ୨୧ଟି ଟିମ୍‌ରେ ପ୍ରାୟ ଶହେରୁ ଅଧିକ କର୍ମଚାରୀ ଏଥିରେ ନିୟୋଜିତ ହୋଇଥିଲେ । ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ପକ୍ଷୀ ଗଣନା କରାଯାଇଥିଲା।

Leave A Reply

Your email address will not be published.