ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଚଳିତବର୍ଷ ଚିଲିକାକୁ ଆସିଛନ୍ତି ଅଧିକ ପକ୍ଷୀ

0

ପୁରୀ; ସରିଛି ପକ୍ଷୀ ଗଣନା । ଚଳିତ ବର୍ଷ ଚିଲିକାକୁ ଆସିଛନ୍ତି ଅଧିକ ପକ୍ଷୀ । ଚିଲିକାରେ ଏଥର ୧୮୪ ପ୍ରଜାତିର ୧୧ଲକ୍ଷ ୩୧ହଜାର ୯୨୯ଟି ରଙ୍ଗବେରଙ୍ଗର ପକ୍ଷୀ ଆସିଛନ୍ତି । ଯାହା ଗତବର୍ଷ ଠାରୁ ୫୭ହଜାର ୭୫୬ ଅଧିକ ଅଟନ୍ତି । ସେପଟେ ପକ୍ଷୀ ଅଭୟାରଣ୍ୟ ‘ନଳବଣ’ରେ ଚଳିତବର୍ଷ ୯୮ ପ୍ରଜାତିର ୩ଲକ୍ଷ ୪୨ହଜାର ପକ୍ଷୀ ଥିବା ଗଣନାରୁ ସ୍ପଷ୍ଟ ହୋଇଛି । ଚିଲିକାର ପକ୍ଷୀ ସଂଖ୍ୟା ସାମଗ୍ରିକ ଭାବେ ବୃଦ୍ଧି ପାଇଥିଲେ ମଧ୍ୟ ପକ୍ଷୀ ଅଭୟାରଣ୍ୟ ‘ନଳବଣ’ରେ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ବ ପକ୍ଷୀ କମ୍ ଥିବା ଡିଏଫ୍‌ଓ ପି. ରାମ ସ୍ୱାମୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ମୋଟ ପକ୍ଷୀ ମଧ୍ୟରୁ ୧୦୫ ପ୍ରଜାତିର ୧୦ ଲକ୍ଷ ୯୩ ହଜାର ୪୯ ବିଦେଶୀ ପକ୍ଷୀ ଏଥର ଚିଲିକା ଆସିଛନ୍ତି । ମୋଟ ୬୯ ଦେଶୀ ପ୍ରଜାତିର ୩୮ ହଜାର ୮ ଶହ ୮୦ ପକ୍ଷୀ ଦେଖିବାକୁ ମିଳିଛି। ନର୍ଦ୍ଧନ ପିଣ୍ଟେଲ ପ୍ରଜାତିର ସର୍ବାଧିକ ୨ଲକ୍ଷ ୭୨୯ ହଜାର , ଗର୍ଡୱାଲ ୨ଲକ୍ଷ , ୟୁଜିଅନ ୧ଲକ୍ଷ ୩୦ହଜାର ପକ୍ଷୀ ଅଛନ୍ତି । ସେହିଭଳି ୩୭ ହଜାର ଆକର୍ଷଣୀୟ ଫ୍ଲେମିଂଗୋ (ଏରା) ପକ୍ଷୀ ଦେଖିବାକୁ ମିଳିଛନ୍ତି ।

ତେବେ ଗତବର୍ଷ ଚିଲିକାକୁ ୧୮୩ ପ୍ରଜାତିର ୧୦ ଲକ୍ଷ ୭୪ ହଜାର ୧ ଶହ ୭୩ ପକ୍ଷୀ ଚିଲିକାକୁ ଆସିଥିଲେ। ଖବର ଅନୁଯାୟୀ, ବୁଧବାର ଚିଲିକାରେ ପକ୍ଷୀ ଗଣନା କରାଯାଇଥିଲା। ସକାଳ ୬ଟାରୁ ମଧ୍ୟାହ୍ନ ସମୟ ପର୍ଯ୍ୟନ୍ତ ଗଣନା କାର୍ଯ୍ୟ କରାଯାଇଥିଲା। ବନ ବିଭାଗର ୨୧ଟି ଟିମ୍‌ରେ ପ୍ରାୟ ଶହେରୁ ଅଧିକ କର୍ମଚାରୀ ଏଥିରେ ନିୟୋଜିତ ହୋଇଥିଲେ । ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ପକ୍ଷୀ ଗଣନା କରାଯାଇଥିଲା।

Leave A Reply

Your email address will not be published.