ପ୍ରମୁଖ ଖବର

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଟେଣ୍ଟ, ୩ ମୃତ
ଇବୋଲାକୁ ନେଇ ସତର୍କ ଭାରତ, ସମସ୍ତ ରାଜ୍ୟ ସହ କେନ୍ଦ୍ରର ସମୀକ୍ଷା ବୈଠକ
ଝାରସୁଗୁଡ଼ା ଡିଏଚଏଚରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୩ ଗିରଫ
ପଶ୍ଚିମବଙ୍ଗର ସମସ୍ତ ମଦ୍ରାସାରେ ‘ବନ୍ଦେ ମାତରମ୍’ ଗାନ ବାଧ୍ୟତାମୂଳକ
ପାକିସ୍ତାନରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ହମଜା ବୁରହାନ ନିହତ
ଝିଅକୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା ବାପା, ଟ୍ରେନରେ ଛାଡିଦେଲା ମୃତଦେହ
ପେଟ୍ରୋଲ-ଡିଜେଲ ଦର ବୃଦ୍ଧିର ପ୍ରଭାବ: ମହଙ୍ଗା ହେଲା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ
ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି, ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ

ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ ମୁକାବିଲା

0

ମୁମ୍ବାଇ; ଦ୍ୱିତୀୟ ଟି-୨୦ ମୁକାବିଲା ପାଇଁ ଆଜି ସାମ୍ନାସାମ୍ନି ହେବେ ଭାରତ ଏବଂ ଶ୍ରୀଲଙ୍କା । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉ ଥିବା ମ୍ୟାଚ୍ କବଜା କରିବା ଲକ୍ଷରେ ପଡିଆକୁ ଓହ୍ଲାଇବ ପାଣ୍ଡିଆବହିନୀ । ୩ ମ୍ୟାଚ ବିଶିଷ୍ଟ ସିରିଜରେ ପ୍ରଥମ ମ୍ୟାଚ୍ ହାତେଇ ସରିଛି ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍ ହରାଇ ୧୬୨ରନ୍ ସଂଗ୍ରହ କରିଥିଲା। ୧୬୩ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲା ସିଂହଳ ବାହିନୀ । କିନ୍ତୁ ବିଜୟ ପାଇଁ ୪ ରନ୍‌ ଆବଶ୍ୟକ ଥିବା ବେଳେ ମାତ୍ର ଶେଷ ଦୁଇ ବଲ୍‌ରେ ଶେଷ ଦୁଇ ବ୍ୟାଟର୍‌ କସୁନ ରଜିଥା ଓ ଦିଲସାନ ମଧୁଶଙ୍କା ରନ୍‌ ଆଉଟ୍‌ ହୋଇଯାଇଥିଲେ। ଦଳର ରନ୍‌ ସଂଖ୍ୟା ୧୬୦ରେ ଅଟକି ଯାଇଥିଲା। ଏପରି ଭାବେ ମ୍ୟାଚ୍ କବଜା କରିଥିଲା ଭାରତ । ସେପଟେ ପ୍ରଥମ ମ୍ୟାଚ ହାରିଥିବା ଶ୍ରୀଲଙ୍କା ଆଜିର ମ୍ୟାଚ ଜିତି ସିରିଜ ବରାବର କରିବାକୁ ଚେଷ୍ଟା କରିବ ।

ଏହାରି ଭିତରେ ଦିର୍ଘଦିନ ପରେ ଭାରତୀୟ ଦଳରେ ଖେଳିବାକୁ ସୁଯୋଗ ପାଇଥିବା ୱିକେଟ କିପର ବ୍ୟାଟର ସଞ୍ଜୁ ସାମସନ ଆହତ ଯୋଗୁଁ ଏହି ମ୍ୟାଚରୁ ବାଦ ପଡିଛନ୍ତି । ତାଙ୍କର ବାମ ଗୋଡ ଆଣ୍ଠୁରେ ଆଘାତ ଲାଗିଥିବା ସୂଚନା ମଳିଛି । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ବାଉଡ୍ରି ଲାଇନ୍ ଫିଲଡିଂ କରିବା ସମୟରେ ତାଙ୍କୁ ଆଣ୍ଠୁରେ ଆଘାତ ଲାଗିଥିବା ସୂଚନା ମିଳିଛି । ତେବେ ତାଙ୍କ ବଦଳରେ ବିଦର୍ଭ ୱିକେଟ କିପର ଜିତେଶ ଶର୍ମାଙ୍କୁ ସୁଯୋଗ ମିଳିଛି । ହେଲେ ଚୁଡାନ୍ତ ଏକାଦଶରେ ତାଙ୍କୁ ସ୍ଥାନ ମିଳିନପାରେ । ସଞ୍ଜୁଙ୍କ ବଦଳରେ ବ୍ୟାଟର ରାହୁଲ ତ୍ରୀପାଠୀ ଆଜି ଡେଭ୍ୟୁ କରିବେ ବୋଲି କୁହାଯାଉଛି ।

ଆଜିର ମ୍ୟାଚରେ ହାର୍ଦିକ ପାଣ୍ଡ୍ୟାଙ୍କ ଅଧୀନରେ ଭାରତ ସମ୍ଭାବ୍ୟ ଏକାଦଶ ଟିମରେ ପଡିଆକୁ ଓହ୍ଲାଇବେ ଈଶାନ କିଶନ, ଶୁବମନ ଗିଲ, ସୂର୍ଯ୍ୟକୁମାର ଯାଦବ, ସଂଜୁ ସାମସନ୍‌ କିମ୍ବା ରାହୁଲ ତ୍ରିପାଠୀ, ଦୀପକ ହୁଡ଼ା, ଅକ୍ଷର ପଟେଲ, ହର୍ଷଲ ପଟେଲ୍‌, ଶିବମ ମାଭି, ଉମ୍ରାନ ମଲ୍ଲିକ ଏବଂ ୟଜୁବେନ୍ଦ୍ର ଚହଲ। ସେହିପରି ଦାସୁନ ଶଣକା ଅଧିନାୟକଙ୍କ ଅଧୀନରେ ଶ୍ରୀଲଙ୍କା ସମ୍ଭାବ୍ୟ ଏକାଦଶରେ ସାମିଲ ହେବେ ପଥୁମ ନିଶାଙ୍କ, କୁସାଲ ମେଣ୍ଡିସ୍‌, ଧନଞ୍ଜୟ ଡି’ସିଲଭା, ଚରିତ ଅସଲଙ୍କା, ଭାନୁକା ରାଜପକ୍ଷ, ୱାନିନ୍ଦୁ ହସରଙ୍ଗା, ଚାମିକା କରୁଣାରତ୍ନେ, ମହେଶ ତୀକ୍ଷ୍‌ଣା, ଦିଲସାନ ମଦୁଶଙ୍କା, କାସୁନ ରଜିଥା।

Leave A Reply

Your email address will not be published.